ଫିଲ୍ମରେ ନାୟକନାୟିକା ପିନ୍ଧୁଥିବା ପୋଷାକକୁ ସୁଟିଂ ପରେ କ’ଣ କରାଯାଏ? ଜାଣନ୍ତୁ କ’ଣ କହନ୍ତି ବଲିଉଡ୍ ଫେସନ୍ ଷ୍ଟାଇଲିଷ୍ଟ

ମୁମ୍ବାଇ: ପ୍ରତି ଶୁକ୍ରବାର ସିନେମା ହଲରେ ନୂଆ ନୂଆ ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରିଲିଜ୍ ହୋଇଥାଏ। ସେ ମଧ୍ୟରେ କିଛି ଫିଲ୍ମ ସଫଳ ହୋଇଥାଏ ତ କିଛି ଫିଲ୍ମକୁ ବିଫଳତାର ସ୍ବାଦ ଚାଖିବାକୁ ପଡ଼ିଥାଏ। ତେବେ ଫିଲ୍ମ ହିଟ୍ ହେଉ ବା ଫ୍ଲପ୍, କିନ୍ତୁ ଫିଲ୍ମରେ କଳାକାରମାନେ ପିନ୍ଧିଥିବା ପୋଷାକର ଚର୍ଚ୍ଚା ନିଶ୍ଚିତ ହୋଇଥାଏ। ଏହା ସହ ଫିଲ୍ମ ଶେଷ ହେବା ପରେ କଳାକାରମାନେ ପିନ୍ଧିଥିବା ପୋଷାକ କେଉଁ କାମରେ ଲାଗେ, ସେ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଆସିଥାଏ। ଆଜି ଆମେ ସେହି ପ୍ରଶ୍ନର ଉତ୍ତର ରଖିବୁ।

फिल्मों में सेलेब्स के कपड़े
amarujala.com

ସୁଟିଂ ଶେଷ ହେବା ପରେ ସେଲିବ୍ରିଟିମାନେ ପିନ୍ଧିଥିବା ପୋଷାକ କ’ଣ ହୁଏ, ସେ ବିଷୟରେ ଏକ ସାକ୍ଷାତକାରରେ ଜଣାଇଥିଲେ ୟଶରାଜ ଫିଲ୍ମସର ଷ୍ଟାଇଲିଷ୍ଟ ଆୟଶା ଖାନ୍ନା। ତାଙ୍କ କହିବା ମୁତାବକ, ଅଧିକାଂଶ ପୋଷାକରେ ଫିଲ୍ମର ଟ୍ୟାଗ୍ ଲଗାଯାଇ ତାକୁ ରଖି ଦିଆଯାଇଥାଏ। ଯାହା ପରେ ସେଥିରେ କିଛି ନୂଆ ଡିଜାଇନ୍ ମିଶାଇ କନିଷ୍ଠ କଳାକାରମାନଙ୍କୁ ବ୍ୟବହାର କରିବା ପାଇଁ ଦିଆଯାଇଥାଏ। ଏହା ସହ ପ୍ରଯୋଜନା ସଂସ୍ଥା ନିଜର ଅନ୍ୟ କୌଣସି ଫିଲ୍ମ ପାଇଁ ମଧ୍ୟ ସେ ପୋଷାକକୁ ବ୍ୟବହାର କରିଥାନ୍ତି। ବେଳେ ବେଳେ କଳାକାରମାନଙ୍କୁ ପୋଷାକ ପସନ୍ଦ ଆସିଲେ, ସେମାନେ ପିନ୍ଧିଥିବା ପୋଷାକକୁ ନିଜ ପାଖରେ ରଖିନିଅନ୍ତି। ଅନେକ ସମୟରେ କୌଣସି ଏନଜିଓକୁ ଦାନ କରିବା ପାଇଁ କଳାକାରମାନଙ୍କ ପୋଷାକର ନିଲାମୀ ମଧ୍ୟ କରାଯାଏ।

ସମ୍ବନ୍ଧିତ ଖବର