ପ୍ରବଳ ବର୍ଷା ପାଇଁ ୧୩୬୮ ମିଟର ଉଚ୍ଚରେ ଫସିଲା ପ୍ରଭାସ-ଶ୍ରଦ୍ଧାଙ୍କ କେବୁଲ କାର୍‌, ସୁଟିଂ ସାରି ଫେରିବା ବାଟରେ ଘଟିଲା ଏଭଳି ଘଟଣା

ନୂଆଦିଲ୍ଲୀ : ସାଉଥ ସୁପରଷ୍ଟାର ତଥା ବାହୁବଳୀ ପ୍ରଭାସଙ୍କ ଅଭିନୀତ ଫିଲ୍ମ ସାହୋ ଚଳିତ ବର୍ଷ ରିଲିଜ୍‌ ହେବାକୁ ଥିବା ବେଳେ ଏହାର କିଛି ଦୃଶ୍ୟର ସୁଟିଂ ଏବେ ବି ଚାଲିଛି । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସାଉଥ ଇଣ୍ଡଷ୍ଟ୍ରିରେ ପାଦ ଥାପିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । ତେବେ, ଫିଲ୍ମର ଶେଷ ସୁଟିଂ ଅଷ୍ଟ୍ରିଆରେ ଚାଲୁଥିବା ବେଳେ ଫିଲ୍ମର ଟିମ୍‌କୁ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିବା ଜାଣିବାକୁ ମିଳିଛି।

Times of India

ସୂଚନା ମୁତାବକ, ସୁଟିଂ ପାଇଁ ପ୍ରଭାସ-ଶ୍ରଦ୍ଧା ନିଜ ଟିମ୍‌ ସହ ପାହାଡ଼ ଉପରକୁ ଯାଇଥିଲେ । ସୁଟିଂ ସରିବା ପରେ କେବୁଲ କାର ଜରିଆରେ ସମସ୍ତେ ତଳକୁ ଫେରୁଥିବା ବେଳେ ହଠାତ ବର୍ଷା ହେବାରୁ କେବୁଲ କାରଟି ୧୩୬୮ମିଟର ଉଚ୍ଚରେ ଅଟକି ଯାଇଥିଲା । ଏହା ପରେ ପ୍ରଭାସ ବର୍ଷା ଛାଡ଼ିଲେ କେବୁଲ କାରଟି ଆପେ ଆପେ ଚାଲୁ ହୋଇଯିବ ବୋଲି ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ବର୍ଷା ଛାଡ଼ିବା ପାଇଁ ଅଧଘଣ୍ଟା ସମୟ ଲାଗିଥିଲା । ଅଧଘଣ୍ଟା କେବୁଲ କାର ଭିତରେ ଫସି ରହିବା ପରେ ସମସ୍ତେ ସୁରକ୍ଷିତ ଭାବେ ତଳକୁ ଆସିଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର