ଭିଡ଼ରେ ଗଳି ପଡ଼ିଲା ସୁରକ୍ଷାକର୍ମୀଙ୍କ ଟୋପି, ମାଟି ଛୁଇଁବା ପୂର୍ବରୁ ଧରିପକାଇ ପିନ୍ଧାଇଦେଲେ ଅକ୍ଷୟ କୁମାର

ମୁମ୍ବାଇ: ନିଜ ଫିଲ୍ମ ମାଧ୍ୟମରେ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବା ଲାଗି ଉଦ୍ୟମ କରିବା ଏବଂ ଜନସାଧାରଣଙ୍କ ଭାବନାରେ ପରିବର୍ତ୍ତନ ଆଣିବା ପାଇଁ ଅକ୍ଷୟ ସବୁବେଳେ ତତ୍ପର ରହି ଆସିଛନ୍ତି । ଏହି କିଛି ବର୍ଷ ମଧ୍ୟରେ ସେ ବିଭିନ୍ନ ଫିଲ୍ମ ମାଧ୍ୟମରେ ସମାଜରେ ସଂସ୍କାର ଆଣିବା ପାଇଁ ଚେଷ୍ଟା କରିଛନ୍ତି । ‘ଟଏଲେଟ୍‌ ଏକ ପ୍ରେମକଥା’ ହେଉ ବା ‘ପ୍ୟାଡ଼୍‍ମ୍ୟାନ୍‌’, ଏହି ଫିଲ୍ମ ମାଧ୍ୟମରେ ସେ ଲୋକମାନଙ୍କ ଭାବନାରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି । ତେବେ ସେ କେବଳ ନିଜର ଫିଲ୍ମ ମାଧ୍ୟମରେ ନୁହେଁ, ବରଂ ଅସଲ ଜୀବନରେ ମଧ୍ୟ ଅନ୍ୟକୁ ସାହାଯ୍ୟ କରିବାକୁ ପଛାନ୍ତି ନାହିଁ ।

MensXP.com

ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନିକଟରେ ରିଲିଜ ହେଇଥିବା ଫିଲ୍ମ ‘ପ୍ୟାଡ଼୍‍ମ୍ୟାନ୍‌’ର ପ୍ରମୋସନରେ । ଏତେ ପ୍ରଶଂସକଙ୍କ ଭିଡ଼ ମଧ୍ୟରେ ସେ ନିଜ କଥା ଚିନ୍ତା ନ କରି ତାଙ୍କ ପାଇଁ ଥିବା ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଦେଇଛନ୍ତି । ସୂଚନା ମୁତାବକ, ଫିଲ୍ମ ‘ପ୍ୟାଡ଼୍‍ମ୍ୟାନ୍‌’ର ପ୍ରମୋସନ ପାଇଁ ଏକ ଖୋଲାସ୍ଥାନରେ ବନ୍ଦୋବସ୍ତ କରାଯାଇଥିଲା। ଅକ୍ଷୟଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଅନାଇ ବସିଥିଲେ । ଯେତେବେଳେ ଅକ୍ଷୟ ତାଙ୍କ ଗାଡ଼ିରୁ ବାହାରି ଥିଲେ ସେତେବେଳେ ତାଙ୍କର ସମସ୍ତ ପ୍ରଶଂସକ ତାଙ୍କ ଆଡ଼କୁ ଦୌଡ଼ିଥିଲେ । ଲୋକଙ୍କ ସଂଖ୍ୟା ଏତେ ଥିଲା ଯେ ଅକ୍ଷୟଙ୍କ ପାଇଁ ଅଣାଯାଇଥିବା ସୁରକ୍ଷାକର୍ମୀ ମଧ୍ୟ ସେମାନଙ୍କୁ ଅଟକାଇ ପାରି ନଥିଲେ ।

Hindustan Times

ଏହି ମଧ୍ୟରେ ଜଣେ ସୁରକ୍ଷାକର୍ମୀଙ୍କର ଟୋପି ଖସି ପଡ଼ିଥିଲା । କିନ୍ତୁ ତାହା ତଳେ ପଡ଼ିବା ପୂର୍ବରୁ ଅକ୍ଷୟ ଧରିପକାଇବା ସହ ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ପୁଣି ପିନ୍ଧାଇ ଦେଇଥିଲେ । ଏହା ଦେଖିବା ପରେ ସେଠାରେ ଥିବା ଲୋକମାନଙ୍କର ଅକ୍ଷୟଙ୍କ ପ୍ରତି ଆହୁରି ଅଧିକ ସମ୍ମାନ ବଢ଼ି ଯାଇଥିଲା ।

ସମ୍ବନ୍ଧିତ ଖବର