କଂଗ୍ରେସ ନେତା ଶଶି ଥରୁର୍‌ଙ୍କୁ ମିଳିଥିଲା ସଲମାନ୍‌ ଖାନ୍‌ଙ୍କ ଫିଲ୍ମରେ କାମ କରିବାର ଅଫର, ହେଲେ ଏହି କାରଣ ପାଇଁ କରିଥିଲେ ମନା

ମୁମ୍ବାଇ: କଂଗ୍ରେସ ସାଂସଦ ଶଶି ଥରୁର ନିଜକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ବଲିଉଡ୍‌ର ଜଣେ ବଡ଼ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମର ଅଫର ଦେଇଥିବା ନେଇ କହି ସେ ଏବେ ଚର୍ଚ୍ଚାର ରହିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ସଲମାନ କାମ କରିବାକୁ ଥିବା ବେଳେ ସେ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ ବୋଲି କହିଛନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇ ସେ ଏହାର ଖୁଲାସା କରିଥିବା ଦେଖାବାକୁ ମିଳିଛି ।

Mathrubhumi

ତାଙ୍କ କହିବା ଅନୁଯାୟୀ ଫିଲ୍ମରେ ସଲମାନ ଥିବା ସହ ତାଙ୍କୁ ଏକ ବିଦେଶ ମନ୍ତ୍ରୀର ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ତାଙ୍କର ଜଣେ ବନ୍ଧୁ ମନା କରିବାରୁ ସେ ଏହାକୁ କରିବାକୁ ମନା କରି ଦେଇଥିଲେ । ତାଙ୍କ ବନ୍ଧୁ, ଯଦି ତୁମେ ସତରେ ବିଦେଶ ମନ୍ତ୍ରୀ ହେବାକୁ ଚାହୁଁଛ, ତେବେ ଫିଲ୍ମରେ ସେ ଚରିତ୍ର କର ନାହିଁ ବୋଲି କହିବାରୁ ସେ ତାଙ୍କ କଥା ମାନି ଫିଲ୍ମ କରିବାକୁ ମନା କରି ଦେଇଥିଲେ ବୋଲି ଶଶି ଥରୁର୍‌ କହିଛନ୍ତି ।

ସମ୍ବନ୍ଧିତ ଖବର