୧୧ବର୍ଷର ପୁଅ ଚାଲିଗଲା ପରେ ଅବସାଦଗ୍ରସ୍ତ ହୋଇଯାଇଥିଲେ ଏହି ବଲିଉଡ଼୍‍ ଦମ୍ପତି, ଆତ୍ମହତ୍ୟା ପାଇଁ ଉଦ୍ୟମ ବି କରିଥିଲେ

0 1,136

ମୁମ୍ବାଇ: ବଳିଉଡ଼୍‍ କଳାକାରମାନଙ୍କର ଜୀବନ ବଞ୍ଚିବାରେ ଶୈଳୀ ଅନ୍ୟ ସମସ୍ତଙ୍କ ପାଇଁ ଏକ ଖୋଲା ବହି ସଦୃଶ କହିଲେ ଚଳେ। ସେମାନେ କେତେବେଳେ କ’ଣ କରନ୍ତି, ସେ ଖବର ସେମାନଙ୍କ ପ୍ରଶଂସକମାନଙ୍କ ପାଖରେ ଖୁବ୍‌ କମ ସମୟରେ ପହଞ୍ଚିଯାଏ । କିନ୍ତୁ ଏମିତି ବି କିଛି କଥା ରହିଛି, ଯାହା ବିଷୟରେ ବେଳେ ବେଳେ କେହି ଜାଣି ପାରନ୍ତି ନାହିଁ । କିଛି ଲୋକ କଳାକାରମାନଙ୍କ ଜୀବନରେ କୌଣସି ଦୁଃଖ ନଥାଏ ବୋଲି କହିଥାନ୍ତି । କିନ୍ତୁ ସେମାନଙ୍କ ଜୀବନର ମଧ୍ୟ ସାଧାରଣ ଲୋକମାନଙ୍କ ଭଳି ଦୁଃଖ ରହିଥାଏ । ବଲିଉଡ଼୍‍ର ଏହି ଦମ୍ପତିଙ୍କ ଦୁଃଖ କାହାଣୀ ଜାଣିବା ପରେ ଏହା ସ୍ପଷ୍ଟ ହୋଇଛି ।
ବଲିଉଡ଼୍‍ ଜଣେ ଜଣାଶୁଣା ଗୀତିକାର ଏବଂ ଅଭିନେତା ଶେଖର ସୁମନଙ୍କ କଥା ଆମେ କହୁଛୁ । ନିଜର ମଜାଳିଆ ସ୍ୱଭାବ ପାଇଁ ସେ ସମସ୍ତଙ୍କ ପାଖରେ ପରିଚିତ । ସବୁବେଳେ ସମସ୍ତଙ୍କୁ ହସାଉଥିବା ଶେଖର ସୁମନଙ୍କ ଜୀବନରେ ଗୋଟେ ସମୟ ଏମିତି ଥିଲା ଯେତେବେଳେ ସେ ତାଙ୍କ ୧୧ବର୍ଷର ପୁଅକୁ ହରାଇ ଅବସାଦଗ୍ରସ୍ତ ହୋଇ ଯାଇଥିଲେ । ସେ ଏବଂ ତାଙ୍କ ସ୍ତ୍ରୀ ଅଲ୍‌କା ଏତେ ଅବସାଦଗ୍ରସ୍ତ ଥିଲେ ଯେ ସେମାନେ ସେମାନଙ୍କର ଜୀବନକୁ ଶେଷ କରିଦେବେ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଧୀରେ ଧୀରେ ଦୁଇ ଜଣ ଦୁଇଜଣଙ୍କୁ ସମ୍ଭାଳିବା ସହ ନିଜ ଜୀବନକୁ ଆଗେଇ ନେବା ପାଇଁ ମନସ୍ଥ କରିଥିଲେ ।

bollywood.bhaskar.com

ସୂଚନା ମୁତାବକ ୮୦ଦଶକରେ ଶେଖର ଏବଂ ଅଲ୍‌କା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହେବା ସହ କିଛି ଦିନ ପରେ ତାହା ପ୍ରେମ ସଂପର୍କରେ ପରିବର୍ତ୍ତନ ହୋଇ ଯାଇଥିଲା । କିଛି ବର୍ଷ ପ୍ରେମ ସଂପର୍କରେ ରହିବା ପରେ ମେ ୪ ,୧୯୮୩ରେ ଦୁଇ ଜଣ ବିବାହ କରିଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.