ଏହି ବ୍ୟକ୍ତିଙ୍କଠାରୁ ଅନୁପ୍ରାଣିତ ହୋଇ ‘ଠଗ୍‌ସ…’ରେ ଆମୀର ଖାନ୍‌ ନୋଥ ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ

ମୁମ୍ବାଇ : ଦୀପାବଳିରେ ରିଲିଜ୍‌ ହେବାକୁ ଯାଉଥିବା ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’କୁ ନେଇ ଏବେ ଠାରୁ ଦର୍ଶକଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି । ସବୁ ଫିଲ୍ମରେ ନିଜ ଲୁକ୍‌କୁ ନେଇ ସେ ଚର୍ଚ୍ଚାରେ ରହୁଥିବା ବେଳେ ଏହି ଫିଲ୍ମରେ ମଧ୍ୟ ନିଜ ଲୁକ୍‌କୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଆମୀର ଖାନ୍‌ଙ୍କ ନାକ ଫୁଲ । ଫିଲ୍ମରେ ସେ ନାକ ଫୁଲ ପିନ୍ଧିଥିବାର ଦେଖାଯାଇଥିବା ବେଳେ ତାଙ୍କୁ ନାକଫୁଲ ପିନ୍ଧିବାର ଆଇଡ଼ିଆ କେମିତି ଆସିଥିଲା ତାହା ଜଣାଇଥିଲେ ।

The Statesman

ଏକ ସାକ୍ଷାତକାରରେ ଯୋଗ ଦେଇ, ତାଙ୍କୁ ମୁଣ୍ଡକୁ ଏପରି ଆଇଡ଼ିଆ ତାଙ୍କର ଜଣେ ସ୍କୁଲର ସାଙ୍ଗଙ୍କୁ ଦେଖି ଆସିଥିଲା । ସବୁବେଳେ ତାଙ୍କର ସେହି ସାଙ୍ଗ ନାକଫୁଲ ପିନ୍ଧୁଥିବା ଦେଖି ଆମୀର ନିଜର କୌଣସି ଏକ ଫିଲ୍ମରେ ନାକଫୁଲ ନିଶ୍ଚୟ ପିନ୍ଧିବେ ବୋଲି ମନସ୍ଥ କରି ନେଇଥିଲେ । ଯାହା ସେ ଏହି ଫିଲ୍ମରେ ପୂରା କରି ପାରିଛନ୍ତି । ଏହି ଫିଲ୍ମରେ ତାଙ୍କର ଭିନ୍ନ ଭିନ୍ନ ଅବତାର ଦର୍ଶକ ଦେଖି ପାରିବେ ।

ସମ୍ବନ୍ଧିତ ଖବର