ଦୀପ ଜାଳିବା ବେଳର ଦୀପବୀରଙ୍କର ଏହି ଫଟୋଟିକୁ କିଏ ଉଠାଇଲା? ପଚାରିଲେ ଇନ୍‌ଷ୍ଟା ବ୍ୟବହାରକାରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ ରକ୍ଷା କରି ଗତକାଲି ରାତି ୯ଟା‌ରୁ ୯.୦୯ ପର୍ଯ୍ୟନ୍ତ ସାରା ଦେଶ ଆଲୋକର ପର୍ବ ପାଳନ କରିଛି। ସମସ୍ତେ ନିଜ ନିଜର ଘରୁ ବିଜୁଳିବତୀ ଲିଭାଇ ମହମ, ଦୀପ, ଟର୍ଚ ଆଦି ଲଗାଇ ଦେଶର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି। ମହାମାରୀ କରୋନାକୁ ହରାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ନିବେଦନକୁ ସାଧାରଣ ଲୋକରୁ ନେଇ ବହୁ ବଡ଼ ବଡ଼ ସେଲିବ୍ରେଟିମାନେ ମଧ୍ୟ ପାଳନ କରିଛନ୍ତି।

ବଲିଉଡ୍‌ ତାରକା ରଣବୀର ସିଂହ ଓ ପତ୍ନୀ ଦୀପିକା ମଧ୍ୟ ନିଜ ଘର ବିଜୁଳି ବନ୍ଦ କରି ମହମ ଜଳାଇ ମୋଦୀଙ୍କ କଥାକୁ ପାଳନ କରିଥିବା ଏକ ଫଟୋରେ ଦେଖିବାକୁ ମିଳିଛି। ଫଟୋଟିରେ ରଣବୀର-ଦୀପିକା ମହମ ଜଳାଉଥିବାର ଦେଖିବାକୁ ମିଳିଛି। କେହି ଜଣେ କଡ଼ରୁ ତାଙ୍କ ଫଟୋ ଉଠାଇଥିବା ଜଣାପଡୁଛି। ରଣବୀର ଓ ଦୀପିକା ଦୁହେଁ ଘର ବାହାରକୁ ଦେଖୁଥିବାର ଫଟୋରେ ଦୃଶ୍ୟମାନ ହୋଇଛି। ଫଟୋଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି ରଣବୀର।

ରଣବୀର ଓ ଦୀପିକାଙ୍କର ଏହି ଫଟୋଟି ଏବେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡିଂ ହେବାରେ ଲାଗିଛି। ଦୀପବୀରଙ୍କର ଏହି ଫଟୋଟିକୁ କିଏ ଉଠାଇଲା ବୋଲି ଜାଣିବା ପାଇଁ ସଭିଙ୍କ ମନରେ ଉତ୍କଣ୍ଠା। ଅନେକ ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି କି ଫଟୋଟି କିଏ ଉଠାଇଲା ବୋଲି।

ସମ୍ବନ୍ଧିତ ଖବର