ଭାବି ପତ୍ନୀଙ୍କୁ ନେଇ ଖୁଲାସା କଲେ ରାଣା ଡଗୁବଟ୍ଟି, କିଏ ଏହି ମିହିକା ବଜାଜ୍‌?

ମୁମ୍ବାଇ: ‘ବାହୁବଳୀ-୨’ ଚଳଚ୍ଚିତ୍ରରେ ନିଜର ମନ ମୁଗ୍ଧକର ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ୍‌ କରିଥିବା ତେଲୁଗୁ ଅଭିନେତା ରାଣା ଡଗୁବଟ୍ଟି ତାଙ୍କ ରିଲେସନ୍‌ସିପ୍‌-ଷ୍ଟାଟସ୍‌କୁ ନେଇ ନିକଟରେ ନିଜର ପ୍ରଶଂସକଙ୍କ ଆଗରେ ଖୁଲାସା କରିଛନ୍ତି। ସେ ମିହିକା ବଜାଜଙ୍କ ସହ ସଂପର୍କରେ ଅଛନ୍ତି ବୋଲି ବୋଲି ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ପ୍ରକାଶ କରିଛନ୍ତି।

 

 

View this post on Instagram

 

And she said Yes 🙂 ❤️#MiheekaBajaj

A post shared by Rana Daggubati (@ranadaggubati) on

ରାଣା ମିହିକାଙ୍କ ସହ ଏକ ଫଟୋ ପ‌ୋଷ୍ଟ୍‌ କରି ଲେଖିଛନ୍ତି, ‘ଆଣ୍ଡ୍‌ ସି ସେଡ୍‌ ୟେସ୍‌(ଏବଂ ସେ ହଁ କହିଲେ)’। ରାଣାଙ୍କର ଏହି ଇନ୍‌ଷ୍ଟା ପ‌ୋଷ୍ଟ୍‌ରେ ବ୍ୟବହାରକାରୀ ଅଭିନନ୍ଦନ କମେଣ୍ଟ୍‌ ଦେଇ ଚାଲିଛନ୍ତି। ଏହି ଯୋଡ଼ି ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଟ୍ରେଣ୍ଡିଂ ହୋଇ ଚାଲିଛନ୍ତି।

 

ମିହିକା ବଜାଜ୍‌ ହାଇଦ୍ରାବାଦ୍‌ର ଏକ ବ୍ୟବସାୟୀ ପରିବାରର ଝିଅ। ସେ ବଣ୍ଟି ଏବଂ ସୁରେଶ ବଜାଜ୍‌ଙ୍କ ଝିଅ ବୋଲି ଜାଣିବାକୁ ମିଳିଛି। ମିହିକା ‌ଚେଲ୍‌ସା ୟୁନିଭରସିଟିରେ ଇଣ୍ଟେରିୟର ଡିଜାଇନ୍‌ରେ ମାଷ୍ଟର୍‌ ଡିଗ୍ରି କରିଛନ୍ତି। ଡିୟୁ ଡ୍ରପ୍‌ ଡିଜାଇନ୍‌ ଷ୍ଟୁଡିଓ ନାମରେ ତାଙ୍କର ଏକ ଇଣ୍ଟେରିୟର୍‌ ଡିଜାଇନ୍ ଲେବଲ୍‌ ଏବଂ ମ୍ୟାନେଜ୍‌ମେଣ୍ଟ୍‌ କମ୍ପାନି ଅଛି।

 

ସମ୍ବନ୍ଧିତ ଖବର