କେଉଁ ନାୟିକାଙ୍କୁ ମିଳିବ ଅଜୟଙ୍କ ସାଥ୍‌!

ହିନ୍ଦୀ ସିନେ ଜଗତର ଜଣେ ଲୋକପ୍ରିୟ ଅଭିନେତା ହେଲେ ଅଜୟ ଦେବଗନ୍‌ ।ସେ ତାଙ୍କର ଲମ୍ବା କ୍ୟାରିଅର୍‌ ଭିତରେ ବହୁ ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରୁ କେତେଜଣଙ୍କ ସହିତ ଅଜୟ ଦେବଗନ୍‌ ଏକାଧିକବାର କାମ କରିଛନ୍ତି। ବଲିଉଡ଼୍‍ର ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକ ହେଲେ ଅନିସ୍‌ ବଜ୍‌ମୀ। ଅନିସ୍‌ ଅଜୟଙ୍କୁ ପ୍ରାୟ ୨୦ ବର୍ଷ ତଳେ ‘ପ୍ୟାର୍‌ ତୋ ହୋନା ହି ଥା’ରେ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମଟି ସୁପରହିଟ୍‌ ମଧ୍ୟ ହୋଇଥିଲା।ଏବେ ପୁଣି ୨୦ ବର୍ଷ ପରେ ଅନିସ୍‌ ବଜ୍‌ମୀଙ୍କ ନିର୍ଦ୍ଦେଶିତ ଏକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି ଅଜୟ ଦେବଗନ୍‌। ଏହି ଫିଲ୍ମର ଶୀର୍ଷକ ହେଲା ‘ସାଢ଼େ ସାତୀ’। ଏଥିରେ ଅନୀଲ କପୁର ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।ତେବେ ‘ସଢ଼େ ସାତୀ’ରେ ଅଜୟ ଦେବଗନ୍‌ଙ୍କ ବିପକ୍ଷରେ କିଏ ନାୟିକା ହେବେ,ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ଏଥିପାଇଁ ଦୁଇଜଣଙ୍କ ନାଆଁ ଚର୍ଚ୍ଚାରେ ରହିଛି। ଏମାନଙ୍କ ଭିତରୁ ଆଗରେ ଅଛନ୍ତି ଇଲିଆନା ଡ଼ିକ୍ରୁଜ୍‌।ଇଲିଆନାଙ୍କ ସହିତ ଅଜୟଙ୍କ ଯୋଡ଼ିକୁ ଦର୍ଶକ ଆଗରୁ ‘ବାଦ୍‌ଶାହୋ’ଏବଂ ‘ରେଡ଼୍‍’ ସିନେମାରେ ବେଶ୍‌ ପସନ୍ଦ କରିଛନ୍ତି। ଠିକ୍‌ ସେହିପରି ଅନିସ୍‌ ବଜ୍‌ମୀଙ୍କ ଫିଲ୍ମ ‘ମୁବାରକାଁ’ରେ କାମ କରିଥିଲେ ଇଲିଆନା। ଏ ଦୃଷ୍ଟିରୁ ଇଲିଆନାଙ୍କୁ ଅଜୟଙ୍କ ସାଥ୍‌ ପୁଣି ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ତେଣେ ସୋନାକ୍ଷୀ ସିହ୍ନା ବି ଦୌଡ଼ରେ ଅଛନ୍ତି। ସେ ଅଜୟଙ୍କ ବିପକ୍ଷରେ ‘ସନ୍‌ ଅଫ୍‌ ସର୍ଦ୍ଦାର୍‌’ ଓ ‘ଆକ୍‌ସନ୍‌ ଜାକ୍‌ସନ୍‌’ରେ ନଜର ଆସିଛନ୍ତି। ଦେଖାଯାଉ କେଉଁ ନାୟିକାଙ୍କୁ ମିଳୁଛି ଏହି ଭୂମିକା !

ସମ୍ବନ୍ଧିତ ଖବର