ମୁମ୍ବାଇରେ ରହି ମଧ୍ୟ ବାପା-ମା’ଙ୍କ ସହ ରହୁ ନାହାନ୍ତି ଆଲିଆ : ପ୍ରଥମ ଥର ପାଇଁ କାରଣ ଜଣାଇଲେ ମା’ ସୋନି ରାଜ୍‌ଦାନ

ମୁମ୍ବାଇ : ଆଲିଆ ଭଟ୍ଟ ଆଜି ଯେଉଁ ସଫଳତାର ଶୀର୍ଷରେ ଅଛନ୍ତି ଏହା ପଛରେ ତାଙ୍କ ମା’ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ଅନେକ ସମୟରେ ମା’-ଝିଅଙ୍କ ମଧ୍ୟରେ ଥିବା ସଂପର୍କ ଦର୍ଶକମାନେ ଦେଖିବାକୁ ପାଇଛନ୍ତି । ତେବେ ମାତା-ପିତାଙ୍କ ସହ ଭଲ ସଂପର୍କ ଥାଇ ମଧ୍ୟ ଆଲିଆ ଅଲଗା ରହୁଛନ୍ତି । କିଛି ଦିନ ତଳେ ସେ ନିଜ ଘର ଛାଡ଼ି ଅଲଗା ରହିବା ପାଇଁ ଚାଲି ଯାଇଥିଲେ । ସେହି ସମୟରେ ଆଲିଆଙ୍କର ତାଙ୍କ ମାତା-ପିତାଙ୍କ ସହ ସଂପର୍କ ଭଲ ନାହିଁ ବୋଲି ଲୋକେ କହିବା ଆରମ୍ଭ କରି ଦେଇଥିଲେ ।

Firstpost

ଏତେ ସବୁ ଚର୍ଚ୍ଚା ପରେ ମଧ୍ୟ ଆଲିଆ କି ତାଙ୍କ ପରିବାର ଲୋକେ କୌଣସି ସ୍ପଷ୍ଟୀକରଣ ଦେଇ ନ ଥିଲେ । କିନ୍ତୁ ଏବେ ଏହା ପଛର କାରଣ ଜଣାଇଛନ୍ତି ମା’ ସୋନି ରାଜ୍‌ଦାନ । ସେ କହିଛନ୍ତି, “ଆଲିଆ ଏବେ ବଡ଼ ହୋଇ ଯାଇଛନ୍ତି । ନିଜ କଥା ସେ ନିଜେ ଭଲ ଭାବରେ ବୁଝି ପାରିବେ । ଏହା ସହ କାମ ବଢ଼ିବା ସହ ତାଙ୍କୁ ନିଜ କାମରେ ପ୍ରାଇଭେସି ମଧ୍ୟ ଦରକାର, ଯାହା ସେ ଏଠି ରହିଥିଲେ କେବେ ବି ପାଇ ପାରି ନ ଥାନ୍ତେ । ତାଙ୍କ ନିଷ୍ପତ୍ତିରେ ମୁଁ ଖୁସି । ଫିଲ୍ମ କାମକୁ ନେଇ ଅନେକ ଲୋକ ତାଙ୍କ ପାଖକୁ ଆସିଥାନ୍ତି । ଏହା ସହ ତାଙ୍କର କିଛି ସାଙ୍ଗ ମଧ୍ୟ ତାଙ୍କୁ ଘରକୁ ଦେଖା କରିବାକୁ ଆସିଥାନ୍ତି । ଏତେ ସବୁ ଜିନିଷ ଏଠି ରହି କରିବା ତାଙ୍କ ପାଇଁ ଅସହଜ ଥିଲା । ତେଣୁ ସେ ଅଲଗା ରହିବାକୁ ଭାବିଥିଲେ । ଏମିତି ହେବା ଦ୍ୱାରା ଆମମାନଙ୍କ ଭିତରେ ଥିବା ସଂପର୍କଟି ଅଧିକ ନିବିଡ଼ ହୋଇଛି।”

ସମ୍ବନ୍ଧିତ ଖବର