ଛୋଟ ବେଳେ ଜାହ୍ନବୀ କପୁରଙ୍କ ଗୋଡ଼କୁ ନେଇ ଥଟ୍ଟା କରୁଥିଲେ ବାପା ବୋନି କପୁର,ଏହା ଥିଲା କାରଣ

ମୁମ୍ବାଇ : ଫିଲ୍ମ ‘ଧଡ଼କ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଜାହ୍ନବୀ କପୁର । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ଅଭିନେତା ଇଶାନ ଖଟ୍ଟର । ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ଜାହ୍ନବୀଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ଫିଲ୍ମ ରିଲିଜ୍‌ ପରେ ଏବେ ସେ ନିଜ ଆଗାମୀ ଫିଲ୍ମର ସୁଟିଂକୁ ନେଇ ବ୍ୟସ୍ତ ଥିବା ବେଳେ ନିଜ ବାପା ବୋନି କପୁରଙ୍କ ସହ ଜଡ଼ିତ ଏକ ଖାସ୍‌ କଥାର ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ ଛୋଟ ବେଳେ ବାପା ବୋନି କପୁର ତାଙ୍କ ଗୋଡ଼କୁ ନେଇ ଥଟ୍ଟା କରୁଥିବା କହିଛନ୍ତି । ଛୋଟ ବେଳେ ବାପା ମୋ ଗୋଡ଼କୁ କୁକୁଡ଼ା ଗୋଡ଼ ବୋଲି କହି ଚିଡ଼ାଉଥିଲେ । ଯାହା ପାଇଁ ମୁଁ ଗୋଡ଼ ଉପରେ ଅନେକ କାମ କରିଥିଲି । କଠିନ ବ୍ୟାୟାମ କରିବା ପରେ ମୋ ଗୋଡ଼ ଆକାର ଠିକ୍‌ ହୋଇଥିଲା ବୋଲି କହିଛନ୍ତି ଜାହ୍ନବୀ ।

Daily Mail

ସୂଚନା ମୁତାବକ, ଫିଲ୍ମ ପରେ ପରେ ଜାହ୍ନବୀ ଇଶାନଙ୍କ ସହ ପ୍ରେମ ସଂପର୍କରେ ଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହା ସହ ତାଙ୍କ ଜିମ୍‌ ଯିବା ନିଶାକୁ ନେଇ ମଧ୍ୟ ଅନେକ ଥର ଚର୍ଚ୍ଚା ହୋଇ ସାରିଛି ।

ସମ୍ବନ୍ଧିତ ଖବର