ଧୋନି ପୂର୍ବରୁ ରଖିଥିବା ଲମ୍ବା କେଶକୁ ଏହି ଅଭିନେତ୍ରୀଙ୍କ ଲାଗି ତ୍ୟାଗ କରିଥିଲେ!

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓରଫ ମାହିଙ୍କର ପୂର୍ବରୁ ଲମ୍ବା କେଶ ରହିଥିବା ପ୍ରାୟତଃ ସମସ୍ତେ ଜାଣିଥିବେ! ହୁଏତ ଅନେକଙ୍କୁ ଜଣା ନ ଥିବ କାହିଁକି ଧୋନି ତାଙ୍କର ଅତିପ୍ରିୟ ଲମ୍ବା କେଶକୁ କାଟିଦେଇଥିଲେ ! ଆଜି ଆମେ ଆପଣଙ୍କର ମନ ଭିତରେ ରହିଥିବା ଏହି ପ୍ରଶ୍ନର ଉତ୍ତର ଜଣାଇବୁ । ସୂଚନା ଅନୁଯାୟୀ ପୂର୍ବରୁ ଯେତେବେଳେ ଧୋନି ତାଙ୍କର କ୍ୟାରିୟର୍‌ ଆରମ୍ଭ କରିଥିଲେ ସେ ତାଙ୍କର ଖେଳ ଓ ଲମ୍ବା କେଶକୁ ନେଇ ଖୁବ୍‌ ଚର୍ଚ୍ଚିତ ଥିଲେ। ଯେଉଁ ସମୟରେ କି ଧୋନି ଓ ବଲିଉଡ଼୍‍ ଅଭିନେତ୍ରୀ ଦୀପିକାଙ୍କ ମଧ୍ୟରେ ପ୍ରେମ ସଂପର୍କ ନୂଆ ନୂଆ ଆରମ୍ଭ ହୋଇଥିଲା। ତେବେ ଦୀପିକା ଓ ଧୋନି ସେମାନଙ୍କର ସଂପର୍କକୁ ମଡିଆ ଠାରୁ ଲୁଚାଇ ରଖିଥିଲେ ବି ବହୁତ ସମୟରେ ଏହି ଯୋଡ଼ିଙ୍କୁ ଏକାଠି ଦେଖିବାକୁ ମିଳୁଥିଲା।ଏଥିସହିତ ଏହା ମଧ୍ୟ ଶୁଣାଯାଏ ଯେ ଧୋନିଙ୍କର ଲମ୍ବା କେଶ ଦୀପିକାଙ୍କୁ ଅଦୌ ହେଲେ ବି ପସନ୍ଦ ନ ଥିଲେ। କୁହାଯାଏ,ଭାରତୀୟ ଦଳର ଏହି ଚମତ୍କାରୀ କ୍ରିକେଟ୍‌ ଖେଳାଳି ମହେନ୍ଦ୍ର ସିଂହ ଧୋନି ଦୀପିକାଙ୍କ ଲାଗି ତାଙ୍କର ଲମ୍ବା କେଶକୁ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର