ଏହି କାରଣ ଦର୍ଶାଇ ରଣବୀର କପୁରଙ୍କୁ ବ୍ଲକ୍‌ ଏବଂ ବରୁଣ ଧଓ୍ଵନଙ୍କୁ ଅନ୍‌ଫଲୋ କରିବେ କରଣ ଜୋହର

ମୁମ୍ବାଇ : ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ବରୁଣ ଧଓ୍ଵନଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କରଣ ରଣବୀରଙ୍କୁ ବ୍ଲକ୍‌ କରିବା ସହ ବରୁଣଙ୍କୁ ଅନ୍‌ଫଲୋ କରିବାକୁ ଚାହୁଁଥିବା କହିଛନ୍ତି ।

India Today

ସୂଚନା ମୁତାବକ, କିଛି ଦିନ ତଳେ କରଣ ଜୋହର ଆର୍‌ବାଜ୍‌ ଖାନ୍‌ଙ୍କ ଚାଟ୍‌ ସୋ’ ପିଞ୍ଚ୍‌ ବାଏ ଆର୍‌ବାଜ୍‌ ଖାନ୍‌ରେ ଆସି ପହଞ୍ଚିଥିଲେ । ଯେଉଁଠି ତାଙ୍କୁ ଆଲିଆ, ଜାହ୍ନବୀ ଏବଂ ସାରାଙ୍କ ମଧ୍ୟରୁ କାହାକୁ ବ୍ଳକ୍‌ ବା ଅନ୍‌ଫଲୋ କରିବା ପାଇଁ କୁହାଯାଇଥିଲା । ଏହା ଶୁଣି ସେ କାହାକୁ ବ୍ଳକ୍‌ ବା ଅନ୍‌ଫଲୋ କରିବାକୁ ଚାହିଁବେ ନାହିଁ ବୋଲି କହିଥିଲେ । ପରେ ଅର୍‌ବାଜ୍‌ ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧଓ୍ଵନ ଏବଂ ରଣବୀର କପୁରଙ୍କ ନାଁ ନେବା ପରେ କରଣ ରଣବୀରଙ୍କୁ ବ୍ଲକ୍‌ କରିବେ ବୋଲି କହିଥିଲେ । ଏହାର କାରଣ ପଚରାଯିବା ପରେ, ରଣବୀର ସୋସିଆଲ ମିଡିଆରେ ଆକ୍ଟିଭ୍‌ ନାହାନ୍ତି, ସେଥିପାଇଁ ମୁଁ ତାଙ୍କୁ ବ୍ଲକ୍‌ କରିବି । ବରୁଣଙ୍କୁ ଅନ୍‌ଫଲୋ କରିବି, କାରଣ ଅସଲ ଜୀବନରେ ମୁଁ ତାଙ୍କୁ ଫଲୋ କରେ ବୋଲି କହିଥିଲେ କରଣ । ସିଦ୍ଧାର୍ଥଙ୍କୁ ସେ ଫଲୋ କରିବାକୁ ପସନ୍ଦ କରିବେ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର