ନିଜ ଇଚ୍ଛାରେ ନୁହେଁ, ଏହି ମହିଳାଙ୍କ କଥା ମାନି ଫିଲ୍ମ ‘ଭାରତ’ ଛାଡ଼ିଥିଲେ ପ୍ରିୟଙ୍କା ! ସାମ୍ନାକୁ ଆସିଲା ସତ

ମୁମ୍ବାଇ : ଫିଲ୍ମ ‘ଭାରତ’କୁ ଛାଡ଼ିବା ପରେ ପ୍ରିୟଙ୍କାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ପ୍ରତିଦିନ ଏହା ଉପରେ କାହାର ନା କାହାର ପ୍ରତିକ୍ରିୟା ଆସୁଥିବା ଦେଖା ଯାଇଛି । କିଛି ଦିନ ତଳେ ଫିଲ୍ମ ‘ଭାରତ’ କରିବା ପାଇଁ ପ୍ରିୟଙ୍କା ନିଜ ଆଡ଼ୁ ଫୋନ କରି କହିଥିଲେ ବୋଲି ସଲମାନ ଖୁଲାସା କରିଥିବା ବେଳେ ଏବେ ପ୍ରିୟଙ୍କା କାହା କଥା ମାନି ଏହି ଫିଲ୍ମ ଛାଡ଼ିଥିଲେ ତାହା ଜଣାପଡ଼ିଛି । ନିକ୍‌ଙ୍କ ସହ ବିବାହ ଏହାର କାରଣ ଥିଲା ବୋଲି ଆଲୋଚନା ହେଉଥିବା ବେଳେ ଏବେ ଏହାର କାରଣ କିଛି ଅଲଗା ଥିଲା ସାମ୍ନାକୁ ଆସିଛି ।

The Indian Express

ସୂଚନା ମୁତାବକ, ପ୍ରିୟଙ୍କା ତାଙ୍କ ମ୍ୟାନେଜର ରେଶମା ସେଟ୍ଟୀଙ୍କ କଥା ମାନି ଏହି ଫିଲ୍ମ ଛାଡ଼ିଥିଲେ । ରେଶମାଙ୍କ ଟିମ୍‌ ପ୍ରିୟଙ୍କାଙ୍କୁ ବୁଝାଇବା ସହ ଏହି ଫିଲ୍ମରେ ଥିବା କାଷ୍ଟ ଯେମିତି ହେବାର ଥିଲା ସେମିତି ନାହିଁ ବୋଲି କହିଥିଲେ । ଏହା ସହ ତୁମେ ଏହି ଫିଲ୍ମ କର ନାହିଁ ବୋଲି ମନା କରିଥିଲେ ରେଶମା । ରେଶମାଙ୍କଠାରୁ ଏ କଥା ଶୁଣି ପ୍ରିୟଙ୍କା ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ ଜଫରଙ୍କୁ ଫୋନ କରିବା ସହ ତାଙ୍କ ଚରିତ୍ର ବିଷୟରେ ପଚାରି ଥିଲେ । କିନ୍ତୁ ଅଲ୍ଲୀ ତାହା ଭବିଷ୍ୟତରେ ଜାଣି ପାରିବ ବୋଲି କହି ଫୋନ ରଖି ଦେଇଥିଲେ । ଏହା ପରେ ପ୍ରିୟଙ୍କା ‘ଭାରତ’ ଛାଡ଼ିବା ପାଇଁ ନିଷ୍ପତ୍ତିି ନେଇଥିଲେ । ପ୍ରିୟଙ୍କାଙ୍କ ପୂର୍ବରୁ ରେଶମା ସଲମାନଙ୍କ ମ୍ୟାନେଜର ଭାବେ କାମ କରି ସାରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର