ରାଣୀ ମୁଖାର୍ଜୀ କାହିଁକି ତାଙ୍କ ସିନେମାର ପ୍ରମୋସନ୍‌ ପାଇଁ ବ୍ୟକ୍ତିଗତ ସୋସିଆଲ ଆକାଉଣ୍ଟର ବ୍ୟବହାର କରନ୍ତି ନାହିଁ

ନୂଆଦିଲ୍ଲୀ: ରାଣୀ ମୁଖାର୍ଜୀ ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ଫ୍ୟାନ୍‌ ଫଲୋଇଂ ତ ବହୁତ ଅଛି କିନ୍ତୁ ସେ କେବେ ବି ସୋସିଆଲ ଆକାଉଣ୍ଟ ହ୍ୟାଣ୍ଡେଲ କରନ୍ତି ନାହିଁ। ତାଙ୍କର ଆଗାମୀ ସିନେମା ‘ହିଚକି’ର ଟ୍ରେଲର ଲଞ୍ଚ ସମୟରେ ସେ ସୋସିଆଲ ମିଡିଆରେ ସକ୍ରିୟ ନୁହନ୍ତି ବୋଲି କହିଥିଲେ। ଏଥିସହିତ ସେ ଏହି ସୋସିଆଲ ମିଡିଆରେ ସାମିଲ ହେବାକୁ ଚାହାନ୍ତି ନାହିଁ ବୋଲି ବି ମତ ଦେଇଥିଲେ। ରାଣୀ ଓ୍ଵାଇ.ଆର୍‌.କେ ଅଫିସିଆଲ ହ୍ୟାଣ୍ଡେଲରୁ ତାଙ୍କ ସିନେମାର ପ୍ରମୋସନ୍‌ କରିବେ ବୋଲି ସୂଚନା ମିଳିଛି।

ରାଣୀ ମୁଖାର୍ଜୀ ସର୍ବଦା କିଛି ଭିନ୍ନ କରିବା ପାଇଁ ଚାହାନ୍ତି। ଏଥିପାଇଁ ବି ସେ ସବୁବେଳେ ଚର୍ଚ୍ଚାର ପରିସରରେ ରହିଥାଆନ୍ତି। ବ୍ଲକ୍‌ବୁଷ୍ଟର ‘ବ୍ଲାକ୍‌’ ଓ ‘ଚୋରି ଚୋରି ଚୁପ୍‌କେ ଚୁପ୍‌କେ’ରେ ଖୁବ୍‌ ସୁନ୍ଦର ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣି ପାରିଥିଲେ। ରାଣୀ ସୋସିଆଲ ମିଡିଆରେ ସକ୍ରିୟ ନରହିବି ତାଙ୍କ ଷ୍ଟାରଷ୍ଟାଟର୍ସକୁ ଖୁବ୍‌ ଭଲ ସ୍ଥାନାରେ ରଖି ପାରିଛନ୍ତି।

ତେବେ ରାଣୀ କାହିଁକି ସୋସିଆଲ ମିଡିଆକୁ ଆସନ୍ତି ନାହିଁ ତାହାର ଉତ୍ତର କାହାରି ପାଖରେ ନାହିଁ। ତେବେ ଏହାର କାରଣ ରଣବୀର କପୁରଙ୍କ ଥିୟୋରୀ ହୋଇପାରେ ବୋଲି କୁହାଯାଉଛି, କି ସେଲିବ୍ରିଟିଙ୍କୁ ତାଙ୍କ ଫ୍ୟାନ୍ସମାନଙ୍କ ଠାରୁ କିଛି ଦୂରରେ ରହିବା ଉଚିତ। ଏହାର ଅନ୍ୟ ଏକ କାରଣ ବି ହୋଇଥାଇପାରେ କ୍ରିକେଟର ଆଶିଶ ନେହରାଙ୍କ ଭଳି। କାରଣ ଆଶିଶ ଆଣ୍ଡ୍ରୋଏଡ ଫୋନ୍‌ଠାରୁ ନିଜକୁ ଦୂରେଇ ରଖି ଥାଆନ୍ତି। ହୁଏତ ରାଣୀ ଏହି ସବୁକୁ ଆପଣାଇ ସୋସିଆଲ ମିଡିଆରୁ ଦୁରେଇ ରହିଛନ୍ତି।

ସମ୍ବନ୍ଧିତ ଖବର