କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ?

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନାୟିକା ରୀୟା ଦେଙ୍କୁ ଏ ବର୍ଷ ଏଯାଏଁ ମାତ୍ର ଗୋଟିଏ ଓଡ଼ିଆ ଛବିରେ ଦେଖିବାକୁ ମିଳିଛି । ଏହା ହେଲା ‘ଦିଓ୍ଵାନା ହେଲି ତୋ’ ପାଇଁ’। ହେଲେ ଦେଖାଯାଉଛି କି ଏବେ ରୀୟା କେବଳ ଜଣେ ନାୟକଙ୍କ ସହିତ କାମ କରୁଛନ୍ତି। ସେହି ନାୟକ ଜଣକ ହେଲେ ସମ୍ବିତ।

ହଁ ଏବେ ସମ୍ବିତ-ରୀୟା ଯୋଡି ଆସୁଛନ୍ତି ଲଗାତାର ଦୁଇଟି ସିନେମାରେ । ଏହା ହେଲା ଶ୍ରାକାନ୍ତ ଗୌତମଙ୍କ ‘ଯୋଉଠି ଥିଲେ ବି ତୁ ମୋର’ଏବଂ ନିରଂଜନ ବେହେରାଙ୍କ ‘ପ୍ରେମପାଇଁ ମହାଭାରତ’। ତେବେ କାହିଁକି ଏବେ ସମ୍ବିତ୍‌ ରୀୟାଙ୍କର ପ୍ରିୟ ନାୟକ ବନିଛନ୍ତି ତାହା ଅବଶ୍ୟ ଜଣାପଡ଼ିନାହିଁ। ପୂର୍ବରୁ ବାବୁସାନଙ୍କ ସହିତ ରୀୟା ‘ପ୍ରେମ ଅଢ଼େଇ ଅକ୍ଷର’, ଇଡିଅଟ୍ ଏବଂ ‘ଲଭ୍ ମାଷ୍ଟର’ ସିନେମାରେ ନଜର ଆସିଥିଲେ । ପ୍ରକାରାନ୍ତରେ କହିବାକୁ ଗଲେ ଏ ଦୁହେଁ ପରଦାରେ ବନିଥିଲେ ପ୍ରେମିକ-ପ୍ରେମିକା ।

ଅର୍ଥାତ୍ ପୁରୁଣା ପ୍ରେମିକଙ୍କ ସହ ପୁଣି ପରଦାରେ ରୋମାନସ୍ କରିବାକୁ ସୁଯୋଗ ପାଇଥିଲେ ରୀୟା। ଠିକ୍ ସେହିପରି ସେ ଅମ୍ଳାନଙ୍କ ସହ ବି ନଜର ଆସିଥିଲେ ‘ତୁ ମୋ ଦେହର ଛାଇ’, ‘ଗୋଲାପି ଗୋଲାପି’, ‘ପାଗଳ କରିଛୁ ତୁ’ ,‘ତୋର ଦିନେକୁ ମୋର ଦିନେ’ ଏବଂ କଲେଜ ଟାଇମ୍ ଆଦି ସିନେମାରେ । ତେଣେ ରୀୟା ଅଭିଷେକ ରଥଙ୍କ ବିପକ୍ଷରେ ନାୟିକା ସାଜିଥିଲେ ‘ଚୁପ୍ ଚୁପ୍ ଚୋରି ଚୋରି’ ଏବଂ ‘କଥା ଦିଅ ମଥା ଛୁଇଁ‘ରେ ।

ସମ୍ବନ୍ଧିତ ଖବର