ସଲମାନ୍ ଖାନଙ୍କୁ ଅପରାଧୀ ତାଲିକାଭୁକ୍ତ କଲା ବନ୍ୟ ପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ

ମୁମ୍ବାଇ: ନିକଟରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଅଭିନେତା ସଲମାନ ଖାନ ଜେଲ୍‌ ଯାଇ ଜାମିନ୍‌ରେ ଫେରିଛନ୍ତି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ଏବେ କେତେ ଜଣ ବଛାବଛା ବନ୍ୟଜନ୍ତୁ ହତ୍ୟା ଅପରାଧୀଙ୍କ ମଧ୍ୟରେ ରହିଛନ୍ତି ସଲମାନ। ଦେଶରେ ରହିଥିବା ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ(ଡବ୍ଲୁସିସିବି) େଓ୍ଵବ୍‌ସାଇଟ୍‌ରେ ଏବେ ଅଭିନେତା ସଲମାନଙ୍କ ନାମ ଅପରାଧୀ ଭାବେ ଯୋଡ଼ି ହୋଇଛି। ଡବ୍ଲୁସିସିବି ପକ୍ଷରୁ ଜାରି ଅପରାଧୀ ତାଲିକାରେ ଯୋଡ଼ି ହୋଇଛି ସଲମାନଙ୍କ ନାମ।

ଉଲ୍ଳେଖଯୋଗ୍ୟ, ୧୯୯୮ ମସିହାରେ ‘ହମ୍‌ ସାଥ୍‌ ସାଥ୍‌ ହୈ’ ଚଳଚ୍ଚିତ୍ର ସୁଟିଂ ସମୟରେ ସଲମାନ କୃଷ୍ଣସାର ମୃଗ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେହି ମାମଲାର ବିଚାର କରି ନିକଟରେ ଏପ୍ରିଲ୍‌ ୫ ତାରିଖରେ ଯୋଧପୁର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସଲମାନଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସେ ଶୁଣାଣି ହେବା ପରେ ୨ ଦିନ ଜେଲ୍‌ରେ ମଧ୍ୟ ରହିଛନ୍ତି। ଆସନ୍ତା ମେ ୭ ତାରିଖରେ ସଲମାନଙ୍କ ପରବର୍ତ୍ତୀ ଶୁଣାଣି ।

ସମ୍ବନ୍ଧିତ ଖବର