ଅନୁଭବଙ୍କ ‘ପ୍ରେମ କୁମାର୍‌’ କ’ଣ ଏହି ସିନେମାର ରିମେକ୍‌ ?

ଭୁବନେଶ୍ୱର :୨୦୧୮ର ରଜ ବଜାରକୁ ଯେଉଁ ସବୁ ଫିଲ୍ମ ଆସୁଛି ସେଥିରେ ଗୋଟିକରେ ଆସୁଛନ୍ତି ଓଲିଉଡ଼୍‍ର ଅନ୍ୟତମ ଜଣାଶୁଣା ନାୟକ ଅନୁଭବ ମହାନ୍ତି। ହଁ ତାଙ୍କ ଅଭିନୀତ ନୂଆ ସିନେମା ‘ପ୍ରେମ କୁମାର୍‌’ ଏଇ ରଜରେ ରିଲିଜ୍‌ ହେଉଥିବା ଜଣାଯାଇଛି।

ତରଙ୍ଗ ସିନେ ପ୍ରଡ଼କସନ୍‌ସ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମା ‘ପ୍ରେମ କୁମାର୍‌’ବି ଅନୁଭବଙ୍କ ଅଭିନୀତ କେତୋଟି ପୂର୍ବ ସିନେମା ଭଳି ଏକ ସାଉଥ୍‌ ମୁଭିର ରିମେକ୍‌ ବୋଲି ଓଲିଉଡ଼୍‍ରେ ଚର୍ଚ୍ଚା ଚାଲିଛି।

ଏବେ ଆପଣମାନେ ଜାଣିବାକୁ ଚାହିଁବେ ଏହା କେଉଁ ସିନେମାରେ ରିମେକ୍‌ । ହଁ ଏହା ହେଉଛି ୨୦୧୬ରେ ରିଲିଜ୍‌ ହୋଇଥିବା ବ୍ଲକବଷ୍ଟର ତେଲୁଗୁ ମୁଭି ‘ଜେଣ୍ଟଲମ୍ୟାନ୍‌’ର ରିମେକ୍‌।ଏହି ତେଲୁଗୁ ସିନେମାର ପ୍ରଯୋଜନା କରିଥିଲେ ଶିବଲେଙ୍କା କ୍ରିଷ୍ଣା ପ୍ରସାଦ ଓ ନିର୍ଦ୍ଦେଶନା ଦେଇଥିଲେ ମୋହନ କ୍ରିଷ୍ଣା ଇନ୍ଦ୍ରଗାଣ୍ଟି।

ଏହା ଏକ ରୋମାଣ୍ଟିକ-ମିଷ୍ଟ୍ରି ୍‌ ଥ୍ରିଲର୍‌। ଏଥିରେ ନାନି,ସୁରଭି ଓ ନିବେଦା ଥୋମାସ୍‌ ଲିଡ଼ ରୋଲ୍‌ରେ ଥିଲେ। ଅନ୍ୟ ପକ୍ଷରେ ଓଡ଼ିଆ ସିନେମା ‘ପ୍ରେମ କୁମାର୍‌’ରେ ଅନୁଭବଙ୍କ ସହିତ ଦୁଇ ଜଣ ନାୟିକା ଅଛନ୍ତି। ସେମାନେ ହେଲେ ଶିବାନୀ ଓ ତମନ୍ନା। ‘ପ୍ରେମ କୁମାର୍‌’ରେ ଅନୁଭବଙ୍କ ସହ ଶିବାନୀ ଓ ତମନ୍ନା ପ୍ରଥମଥର ପାଇଁ ସ୍କ୍ରିନ୍‌ ସେଆର୍‌ କରିଛନ୍ତି। ଏଥିରେ ମନୋଜ ମିଶ୍ର ଓ ସୁରେଶ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

‘ପ୍ରେମ କୁମାର୍‌’ର ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ। ଏବେ ଦେଖିବା କଥା ଯେ, ଆଗାମୀ ରଜରେ ରିଲିଜ୍‌ ହେଉଥିବା ଅନୁଭବଙ୍କ ‘ପ୍ରେମକୁମାର୍‌’ ନାନିଙ୍କ ‘ଜେଣ୍ଟଲମ୍ୟାନ୍‌’ ଭଳି ସୁପର ହିଟ୍‌ ହେଉଛି କି ନାହିଁ।

ସମ୍ବନ୍ଧିତ ଖବର