ସୁଇଜରଲାଣ୍ଡରେ ବାହା ହେବେ ରଣବୀର -ଦୀପିକା !

764

ମୁମ୍ବାଇ: ରଣବୀର ସିଂହଙ୍କୁ ଏକ ବିଦେଶୀ ରାଷ୍ଟ୍ର ପକ୍ଷରୁ ସେଠାରେ ବିବାହ କରିବାଲାଗି ଅଫର୍‌ ମିଳିଛି। ହଁ ,ରଣବୀର୍‌ ସିଂହଙ୍କୁ ସୁଇଜରଲାଣ୍ଡର ଅଧିକାରୀମାନେ ବିବାହ କରିବାଲାଗି ଆଗ୍ରହ ଦେଖାଇଛନ୍ତି।

ବେଶ୍‌ କିଛି ଦିନ ହେବ ବଲିଉଡ଼୍‍ର ପ୍ରେମୀଯୁଗଳ ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ଙ୍କ ବାହାଘରକୁ ନେଇ ଜୋରସୋର୍‌ ଚର୍ଚ୍ଚା ଚାଲିଛି। ଉଭୟ ପକ୍ଷରୁ ଏହି ବାହାଘର ଲାଗି ପ୍ରସ୍ତୁତି ଚାଲିଥିବା ମଧ୍ୟ ଜଣାଯାଇଛି।

କିଛି ଦିନ ତଳେ ମୁମ୍ବାଇର ଏକ ଜୁଏଲର୍ସସପ୍‌ରେ ଦୀପିକା ପାଦ୍ୟୁକୋନ୍‌ ମାଆ ଓ ଭଉଣୀ ଗହଣା କିଣୁଥିବାର ଦେଖିବାକୁ ମିଳିଥିଲା।
ପ୍ରଥମେ ଖବର ମିଳିଥବଲା ଯେ,ମୁମ୍ବାଇର କୌଣସି ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ରଣବୀର ଓ ଦୀପିକାଙ୍କର ବାହାଘର ଅନୁଷ୍ଠିତ ହେବ ।ଏଥିପାଇଁ ସେପ୍ଟେମ୍ବର ଓ ଡ଼ିସେମ୍ବର ମାସର ୪ଟି ତାରିଖକୁ ଫିକ୍ସ କରାଯାଇଛି। ତେବେ ଏହି ଡ଼େଟ୍‌ ଗୁଡ଼ିକ ସଂପର୍କରେ ଔପଚାରିକ ଘୋଷଣା ହୋଇନାହିଁ। ଏବେ ଏହି ପ୍ରେମୀଯୁଗୋଳ ମାଳଦ୍ୱୀପରେ ଛୁଟି କାଟୁଛନ୍ତି।

photo-navbharattimes

ରଣବୀର ଓ ଦୀପିକା ବିରାଟ-ଅନୁଷ୍କାଙ୍କ ଭଳି ଭାରତ ବାହାରେ ବାହା ହେବା ସପକ୍ଷରେ ଅଛନ୍ତି। କିନ୍ତୁ ରଣବୀରଙ୍କ ପରିବାର ଚାହୁଛନ୍ତି କି ମୁମ୍ବାଇରେ ହିଁ ଏହି ବାହାଘର ଆୟୋଜିତ ହେଉ,କାରଣ ତାଙ୍କର ଅଧିକାଂଶ ବନ୍ଧୁବାନ୍ଧବ ମୁମ୍ବାଇରେ ରହନ୍ତି ଓ ସେମାନେ ରଣବୀରଙ୍କ ବାହାଘର ଦେଖିବାକୁ ଚାହାଁନ୍ତି।
ଆଉ ଏକ କଥା ବି ଶୁଣିବାକୁ ମିଳୁଛି ଯେ,ବାହାଘର ତାରିଖ ନିର୍ଦ୍ଧାରିତ ହୋଇସାରିଛି।ଏହି ବାହାଘରରେ ବଲିଉଡ଼୍‍ର କେତେକ ଜଣାଶୁଣା ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯିବ।ତେବେ ମ୍ୟାରେଜ୍‌ ରିସେପ୍‌ସନ୍‌ ପାର୍ଟିକୁ ଅଧିକ ଭବ୍ୟ କରାଯିବାର ଯୋଜନା କରାଯାଇଛି। ଦେଖାଯାଉ ରଣବୀର –ଦୀପିକା ସୁଇଜରଲାଣ୍ଡରେ ବାହା ହେଉଛନ୍ତି କି ନା !

ସମ୍ବନ୍ଧିତ ଖବର

Comments are closed.