ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇଲେ ଏହି ଅଭିନେତ୍ରୀମାନେ କ’ଣ କରିବେ ଜାଣନ୍ତୁ?

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ମହିଳାମାନଙ୍କୁ ଦେଶର ଉନ୍ନତି କରିବା ପାଇଁ ରାଜନୀତିରେ ସାମିଲ ହେବା ନେଇ ପଚରାଯାଇଥିଲା । ଏହା ସହ  ଦିନକ ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଲେ ସେମାନେ ଦେଶ ପାଇଁ କ’ଣ କରିବେ ସେ ନେଇ ପଚରା ଯାଇଥିବା ବେଳେ ଇଣ୍ଡଷ୍ଟ୍ରିରେ ଥିବା ମହିଳାମାନେ କ’ଣ ଜବାବ ଦେଇଥିଲେ, ଆସନ୍ତୁ ଜାଣିବା ।

୧.ଅଭିନେତ୍ରୀ କଲ୍‌କି କୋଚେଲିନ୍‌ଙ୍କୁ ଏ ନେଇ ପଚାଯିବା ପରେ, ଗୋଟେ ଦିନରେ କିଛି ହୋଇ ନ ଥାଏ । କିନ୍ତୁ କରିବାକୁ ଚାହିଁଲେ ଗୋଟେ ଦିନରେ ବହୁତ କିଛି ହୋଇ ପାରିବ ବୋଲି କଲ୍‌କି କହିଥିଲେ । ରାଜନୀତି କରିବାରେ କୌଣସି ଇଚ୍ଛା ନ ଥିଲେ ମଧ୍ୟ ଗୋଟେ ଦିନ ପ୍ରଧାନମନ୍ତ୍ରୀ ହେଲେ ସେ ଦେଶର ଉନ୍ନତି କିପରି ହେବ ଚିନ୍ତା କରିବେ ବୋଲି କହିଛନ୍ତି ।

Hindustan Times

୨.ବଲିଉଡ୍‌ ନିର୍ଦ୍ଦେଶିକା ତଥା ଲେଖିକା ରୀମା କାଗ୍‌ତି  ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ, ମହିଳାମାନଙ୍କୁ ଆଗକୁ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା ତିଆରି କରିବି ବୋଲି କହିଛନ୍ତି । ଏହା ପରେ ଦେଶରୁ ବେରୋଜଗାର ସମସ୍ୟା ଦୂର କରିବି ବୋଲି ରୀମା କହିଛନ୍ତି ।

Mid-Day

୩. ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ମୁଁ ପ୍ରଥମେ ଦୁଷ୍କର୍ମର ଅଭିଯୋଗ ଲାଗିଥିବା ମନ୍ତ୍ରୀମାନଙ୍କୁ ବହିଷ୍କାର କରନ୍ତି ବୋଲି କହିଛନ୍ତି ଅଭିନେତ୍ରୀ ରିଚା ଚଢ଼ା ।

Highlights India

୪. ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହ ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଭ୍ରଷ୍ଟାଚାରୀମାନଙ୍କୁ ଦେଶରୁ ତଡ଼ି ଦେବି ବୋଲି କହିଛନ୍ତି । କିଛି ଭଲ କାମ କରିବା ପାଇଁ ଗୋଟେ ଘଣ୍ଟା ଯଥେଷ୍ଟ । ଆଜି ଭ୍ରଷ୍ଟାଚାର ଦେଶର ବଡ଼ ସମସ୍ୟା ପାଲଟିଛି । ସେଥିପାଇଁ ପ୍ରଥମେ ଭ୍ରଷ୍ଟାଚାରୀମାନଙ୍କୁ ସଫା କରିବି ବୋଲି କହିଛନ୍ତି ଅର୍ଚ୍ଚନା ।

wetellyouhow.com
ସମ୍ବନ୍ଧିତ ଖବର