ନିକ୍‌ୟାଙ୍କାଙ୍କ ମଧ୍ୟରେ ଥିବା ଭଲ ପାଇବାକୁ ନକଲି ବୋଲି କହିଥିବା ସାମ୍ବାଦିକା କ୍ଷମା ମାଗିଲେ, କହିଲେ; ମୁଁ ଭୁଲ ଥିଲି, ମୋତେ କ୍ଷମା କରିଦେବ

ମୁମ୍ବାଇ: ଗତ ଡ଼ିସେମ୍ବର ୨ରେ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଠାରୁ ୧୦ବର୍ଷ ସାନ ପ୍ରେମିକ ନିକ୍‌ ଜୋନସଙ୍କୁ ଆନୁଷ୍ଠାନିକ ଭାବରେ ବିବାହ କରିଥିଲେ । ବିବାହ ଯୋଧପୁରରେ ଅନୁଷ୍ଠିତ ହୋଇଥିବା ବେଳେ ଦିଲ୍ଲୀ ଆସି ସେ ବିବାହ ଭୋଜିର ଆୟୋଜନ କରିଥିଲେ । କିନ୍ତୁ ବିବାହର ଦୁଇ ଦିନ ପରେ ଏକ ବିଦେଶୀ ମାଗାଜିନ୍‌ ଦ କଟ୍‌ ନିକ୍‌ୟାଙ୍କାଙ୍କ ବିବାହ ଉପରେ ପ୍ରଶ୍ନ ଉଠାଇଥିଲା । ଦୁହିଁଙ୍କ ବିବାହକୁ ନେଇ ମାଗାଜିନ୍‌ ତରଫରୁ ଏକ ଅର୍ଟିକିଲ ଲେଖାଯାଇଥିବା ବେଳେ ପ୍ରିୟଙ୍କାଙ୍କୁ ଗ୍ଲୋବାଲ ସ୍କାମ ଆର୍ଟିିଷ୍ଟର ନାଁ ଦିଆ ଯାଇଥିଲା । ଏହି ଆର୍ଟିକିଲକୁ ଦେଶ-ବିଦେଶରେ ବିରୋଧ କରାଯାଇଥିବା ବେଳେ ଏବେ ସେହି ଆର୍ଟିକିଲକୁ ଲେଖିଥିବା ସାମ୍ବାଦିକା ମାରିଆ ସ୍ମିଥ୍‌ ନିଜ ଭୁଲ ମାଜିଛନ୍ତି । ଟୁଇଟ୍‌ କରି ସେ କରିଥିବା କାମ ପାଇଁ ପ୍ରିୟଙ୍କା ଏବଂ ନିକ୍‌ଙ୍କୁ କ୍ଷମା ମାଗିଛନ୍ତି ।

“ମୁଁ ପ୍ରିୟଙ୍କା ଏବଂ ନିକ୍‌ଙ୍କୁ କ୍ଷମା ମାଗୁଛି । ଏହା ସହ ମୋ ଆର୍ଟିକିଲ ପଢ଼ି ଯେଉଁମାନଙ୍କ ମନକୁ କଷ୍ଟ ହୋଇଥିଲା ସେମାନଙ୍କୁ ମଧ୍ୟ ମୁଁ କ୍ଷମା ମାଗୁଛି । ଯାହା ମୁଁ ଲେଖିଥିଲି ତାହା ସମ୍ପୂର୍ଣ୍ଣ ଭୁଲ ଥିଲା । ମୋତେ କ୍ଷମା କରିଦେବେ” ବୋଲି ଲେଖି ମାରିଆ ଟୁଇଟ୍‌ କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର