ହିନ୍ଦୁ ପୁରାଣମାନଙ୍କରେ ଭଗବାନ ସୂର୍ଯ୍ୟଙ୍କ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ ରହିଛି। ଏଥିରୁ ଗୋଟିଏ କଥା ହେଲା ବିବାହ। ପ୍ରଜାପତି ବିଶ୍ୱକର୍ମା ସୂର୍ଯ୍ୟଙ୍କୁ ସମସ୍ତ ଦୃଷ୍ଟିରୁ ସୁଯୋଗ୍ୟ ମନେକରି ନିଜ କନ୍ୟା ସନ୍ଧ୍ୟାଙ୍କ ସହିତ ସୂର୍ଯ୍ୟଙ୍କର ବିବାହ କରାଇଥିଲେ।ସନ୍ଧ୍ୟାଙ୍କ ଔରସରୁ ସୂର୍ଯ୍ୟଙ୍କର ଦୁଇ ପୁତ୍ର ସନ୍ତାନ ହୋଇଥିଲେ। ସେମାନେ ହେଲେ ମନୁ ଓ ଯମ। ତାଙ୍କର ଏକ କନ୍ୟା ସନ୍ତାନ ଯମୁନା ମଧ୍ୟ ଥିଲେ। ପରେ ସୂର୍ଯ୍ୟଙ୍କ ତେଜ ନ ସହି ପାରିବା କାରଣରୁ ସନ୍ଧ୍ୟା ନିଜର ଛାୟାକୁ ପ୍ରାଣବାନ୍ କରି ସୂର୍ଯ୍ୟଦେବଙ୍କ ସନ୍ନିକଟରେ ରହିବା ଲାଗି ଆଜ୍ଞା ଦେଇଥିଲେ ଏବଂ ନିଜେ ଉତ୍ତରରେ ଏକାନ୍ତ ବାସରେ ରହିଲେ।
/sambad/media/post_attachments/wp-content/uploads/2018/09/LordYama_22640-249x300.jpg)
ସମୟକ୍ରମେ ଛାୟାଙ୍କ ଔରସରୁ ତିନି ସନ୍ତାନ ଜାତ ହେଲେ। ଏମାନେ ହେଲେ ଦୁଇ ପୁତ୍ର ସାବର୍ଣ୍ଣୀ ମନୁ ଓ ବନି ଏବଂ କନ୍ୟା ତପସୀ (ତାପ୍ତୀ ନଦୀ)। ଏହି ସନ୍ତାନମାନେ ବି ସମୟକ୍ରମେ ଖୁବ୍ ଲୋକପ୍ରିୟ ହୋଇଥିଲେ ଏବଂ ସଂସାରରେ ନିଜର ସୁନାମ ରଖିଥିଲେ। ଭଗବାନ ସୂର୍ଯ୍ୟଙ୍କ ପରିବାର କଥା ଭବିଷ୍ୟ,ମତ୍ସ୍ୟ,ପଦ୍ମ,ବ୍ରହ୍ମା ଓ ମାର୍କଣ୍ଡେୟ ତଥା ଶାମ୍ବ ପୁରାଣରେ ବର୍ଣ୍ଣିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/sun-wife.-bigjpg.jpg)