ଉରି ଆକ୍ରମଣ ପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଉରି’ରେ ନଜର ଆସିବେ ଆମି

ମୁମ୍ବାଇ: ଭାରତୀୟ ସେନା ଦ୍ୱାରା ହୋଇଥିବା ପ୍ରଶଂସନୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଉପରେ ଆଧାରିତ ଚଳଚ୍ଚିତ୍ର ‘ଉରି’ରେ ଦେଖିବାକୁ ମିଳିବେ ଫ୍ୟାର୍‌ ଆଣ୍ଡ୍‌ ଲଭ୍‌ଲି ବିୟୁଟି ଆମି ଗୌତମ। ଚଳଚ୍ଚିତ୍ରଟିରେ ଆମି ଜଣେ ଗୁଇନ୍ଦା ଅଧିକାରୀ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରଟିରେ ପାକ ଅଧୀକୃତ କଶ୍ମୀରରେ ଭାରତୀୟ ସେନା ଦ୍ୱାରା ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ସଂପର୍କିତ ଦୃଶ୍ୟ ପ୍ରଦର୍ଶିତ ହେବ। ଚଳଚ୍ଚିତ୍ରଟିରେ ଆମିଙ୍କ ବ୍ୟତୀୟ ଭିକି କୌଶଲ ମଧ୍ୟ ଦେଖିବାକୁ ମିଳିବେ। ସେ ସେନା କମାଣ୍ଡର୍‌ ଭୂମିକାରେ ନଜର ଆସିବେ। ତାଙ୍କର ନେତୃତ୍ୱରେ ଷ୍ଟ୍ରାଇକ୍‌ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଲେ ନବାଗତ ଆଦିତ୍ୟ ଧାର୍‌। ଏହାକୁ ରୋନି ସ୍କ୍ରିୟୁଓ୍ଵାଲାଙ୍କ ପ୍ରଜୋଯନା ସଂସ୍ଥା ଆର୍‌ଏସ୍‌ଭିପି ନିର୍ମାଣ କରିବ।

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହା ସେପ୍ଟେମ୍ବର ମାସରେ ପାକିସ୍ତାନ ସେନା ଉରିଠାରେ ଆକ୍ରମଣ କରିଥିଲେ। ତାହାର ପାଲଟା ଯବାବ ଦେବା ପାଇଁ କିଛି ଦିନ ମଧ୍ୟରେ ଭାରତ ସେନା ପକ୍ଷରୁ ପାକ୍‌ ଅଧିକୃତ କଶ୍ମୀରଠାରେ ସର୍ଜିକାଲ୍‌ ଷ୍ଟ୍ରଇକ୍‌ ହୋଇଥିଲା। ଏହା ଭାରତ ପାଇଁ ଏକ ବଡ଼ ସଫଳତା। ଚଳଚ୍ଚିତ୍ରଟିରେ ଏହି ସବୁ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର