ଧର୍ମ କାରଣରୁ ଏହି ଅଭିନେତ୍ରୀଙ୍କୁ ମୁମ୍ବାଇରେ ମିଳୁନାହିଁ ଘର !

ମୁମ୍ବାଇ: ପ୍ରସିଦ୍ଧ ଟେଲିଭିଜନ ଧାରାବାହିକ ‘ୟେ ହୈ ମୋହବତେ’ରେ ସିମି ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଶିରିନ୍‌ ମିର୍ଜା ଫେସବୁକ୍‌ରେ ନିଜର ଦୁଃଖ ଜଣାଇଛନ୍ତି । ଅଭିନେତ୍ରୀ ଏମ୍‌ବିଏ ଅର୍ଥାତ ମୁସଲିମ ବ୍ୟାଚେଲର୍‌ ଅଭିନେତ୍ରୀ ହୋଇଥିବା କାରଣରୁ ମୁମ୍ବାଇରେ ତାଙ୍କୁ ରହିବା ପାଇଁ ଘର ମିଳୁନାହିଁ । ଏ ନେଇ କିଛି ଉପାୟ ନପାଇ ଶେଷକୁ ନିଜର ଫେସବୁକ ଆଇଡିରେ ଦୁଃଖ ଜଣାଇଛନ୍ତି ଶିରିନ୍‌ ।
ନିଜର ଫେସବୁକ୍‌ରେ ୮ ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ମୁମ୍ବାଇ ଆସିବାର ଏକ ଫଟୋ ପୋଷ୍ଟ କରିବା ପରେ ଶିରିନ୍‌ ଲେଖିଛନ୍ତି “ମୁମ୍ବାଇରେ ନିଜ ପାଇଁ ଘର ନେବାର ମୋର ଯୋଗ୍ୟତା ନାହିଁ । କାରଣ ମୁଁ ଜଣେ ଏମବିଏ ଅର୍ଥାତ ମୁସଲିମ,ବ୍ୟାଚେଲର୍‌ ଓ ଅଭିନେତ୍ରୀ “। ଏହା ସହ ଶିରିନ୍‌ କହିଛନ୍ତି “ହଁ ମୁଁ ଜଣେ ଅଭିନେତ୍ରୀ , ମୁଁ ମଦ୍ୟପାନ କରେନି , ଧୂମପାନ କରେନି , ମୋର କୌଣସି କ୍ରିମିନାଲ ରେକର୍ଡ ରହିନାହିଁ । ଏହାପରେ ମଧ୍ୟ କିଛି ଲୋକ ବୃତ୍ତି ଅନୁଯାୟୀ ଜଣଙ୍କର ଚରିତ୍ର ଅନୁଧ୍ୟାନ କରିଥାନ୍ତି । ଏହା ଛଡ଼ା ମୁଁ ଅବିବାହିତ ହୋଇଥିବାରୁ ସାଧାରଣ ଭଡ଼ାଠାରୁ ମତେ ଅଧିକ ଟଙ୍କା କୁହାଯାଇଥାଏ । ଏହା ସହ ଏକଥା ମଧ୍ୟ କୁହାଯାଇଥାଏ କି ମୁଁ ଅବିବାହିତ ଏଣୁ ମତେ ଘର ମିଳିବା ଅସମ୍ଭବ । ଖାଲି ଏତିକି ନୁହଁ, ମତେ ମୋ ଧର୍ମ ପାଇଁ ମଧ୍ୟ ରହିବାକୁ ଘର ମିଳୁନାହିଁ । ମୋର ଅଭିନୟକୁ ପସନ୍ଦ କରୁଥିବା ଲୋକେ ମୁଁ ହିନ୍ଦୁ କି ମୁସଲିମ ପଚାରିଥାନ୍ତି ଏବଂ ପରେ ମୁଁ ମୁସଲିମ ବୋଲି ଜାଣିବା ପରେ ମତେ ଘର ଦେବାପାଇଁ ମନା କରିଥାନ୍ତି ।

www.hindustantimes.com

୮ ବର୍ଷ ହେବ ମୁମ୍ବାଇ ଆସିବା ସହ ଏତେ ବର୍ଷ ହେଲା ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି । ତାଙ୍କୁ ଏହିଭଳି କାରଣରୁ ଘର ନମିଳିବାରୁ ନିଜକୁ ଅନ୍ୟଙ୍କ ଠାରୁ ଭିନ୍ନ ମନେ କରୁଛନ୍ତି ଶିରିନ ।

ସମ୍ବନ୍ଧିତ ଖବର