‘ୟେ ହୈ ମୋହବତେଁ’ ନାୟିକା ଏଲିୟନ୍‌ ସହ ଲଗାଇଲେ ଠୁମ୍‌କା : ଭିଡିଓ ହେଲା ଭାଇରାଲ

ମୁମ୍ବାଇ : ଷ୍ଟାରପ୍ଲସ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ୟେ ହୈ ମୋହବତେଁ’ର ମୁଖ୍ୟ ଅଭିନେତ୍ରୀ ଇଶିତା (ଦିବ୍ୟଙ୍କା ତ୍ରିପାଠୀ )ଙ୍କର ଏକ ନାଚ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭିଡ଼ିଓରେ ଦିବ୍ୟାଙ୍କା ‘ଡ଼େମ ଟୁ କେସିଟା’ ଶୀର୍ଷକ ଗୀତରେ ଏମିତି ନାଚିଛନ୍ତି ଯେ ସମସ୍ତେ ସେଥିରୁ ଭରପୂର ଆନନ୍ଦ ନେଉଛନ୍ତି । ଏହିଗୀତରେ ସେ ଏକ ଏଲିୟନ ସହିତ ନାଚିବାର ଦୃଶ୍ୟକୁ ସୋସିଆଲ ମିଡ଼ିଆ (ଇନ୍‌ଷ୍ଟାଗ୍ରାମ)ରେ କାଲି ପୋଷ୍ଟ କରିଥିଲେ । ଗୋଟିଏ ଦିନ ମଧ୍ୟରେ ଏହି ଭିଡ଼ିଓକୁ ୨୯,୪୯,୮୨୨ ଲୋକ ଦେଖିଥିବା ବେଳେ ତାଙ୍କର ଅନେକ ପ୍ରଂଶସା କରିଛନ୍ତି ।

khabar.ndtv.com

ଏହି ଭିଡ଼ିଓକୁ ପୋଷ୍ଟ କରିବା ସହ ଦିବ୍ୟଙ୍କା ଏଥିରେ ଲେଖିଥିଲେ “ମୁଁ ଲଣ୍ଡନ ଯିବା ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ଏଇ ଏଲିୟନ ସେ ପର୍ଯ୍ୟନ୍ତ ମୋର ପିଛା ଛାଡ଼ିବନି ଯେବେ ପର୍ଯ୍ୟନ୍ତ ମୁଁ ତା ସାଙ୍ଗରେ ନାଚିବିନି ।”

ଏହି ଭିଡ଼ିଓରେ ଦିବ୍ୟଙ୍କା ଏଲିୟନକୁ ନକଲ କରି ଏକଦମ ତା’ ଭଳି ନାଚିବାକୁ ଚେଷ୍ଟା କରିଛନ୍ତି । ବର୍ତ୍ତମାନ ‘ଡ଼େମ ଟୁ କେସିଟା’କୁ ସମସ୍ତେ ଅନକରଣ କରିବା ସହ ଅନେକ କଳାକାର ଏବଂ ସାଧାରଣ ଲୋକ ଏହି ଏଲିୟନ ସହ ନାଚି ତାହାର ଭିଡ଼ିଓ ପୋଷ୍ଟ କରୁଛନ୍ତି ।

ସମ୍ବନ୍ଧିତ ଖବର