ପ୍ରିୟା ପ୍ରକାଶଙ୍କ ବିରୋଧରେ ମାମଲା ଋଜୁ କରିଥିବା ସଂଗଠନକୁ ସୁପ୍ରିମକୋର୍ଟଙ୍କ ଭର୍ସନା : ଆପଣଙ୍କ ପାଖରେ ଆଉ କିଛି କାମ ନାହିଁ କି?

ନୂଆଦିଲ୍ଲୀ : ମାଲାୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଚଳିତ ବର୍ଷ ଫେବ୍ରୁଆରି ୧୩, ୨୦୧୮ରେ ପ୍ରିୟା ପ୍ରକାଶଙ୍କ ପ୍ରଥମ ଫିଲ୍ମ ‘ଓରୁ ଅଦାର ଲଭ୍‌’ରେ ଥିବା ଗୀତ ‘ମାନିକ୍ୟ ମାଲାରାୟ ପୁବୀ…’କୁ ନେଇ ପ୍ରିୟାଙ୍କ ବିରୋଧରେ ଏକ ଏତଲା ଋଜୁ କରାଯାଇଥିଲା । କେତେକ ସଂଗଠନ ଅଭିଯୋଗ କରିଥିଲେ କି ଏହି ଗୀତରେ ପ୍ରଫେଟ୍‌ ମହମ୍ମଦଙ୍କ ପତ୍ନୀଙ୍କ ବିଷୟରେ ପରୋକ୍ଷ ଅବତାରଣା ରହିଛି। ତେଣୁ ଏହି ଗୀତରେ ପ୍ରିୟାଙ୍କ ଆଖି ମାରୁଥିବା ଦୃଶ୍ୟ ଥିବାରୁ ଏହା ଇସ୍‌ଲାମ ଧର୍ମର ଅପମାନ ବୋଲି କହି କିଛି ସଂଗଠନ ପ୍ରିୟାଙ୍କ ବିରୋଧରେ ଏତଲା ଋଜୁ କରଥିଲେ। ହାଇଦ୍ରାବାଦ୍‌ ପୁଲିସ ଏହି ଏତଲାକୁ ଗ୍ରହଣ କରି ୧୮ବର୍ଷିୟ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଋଜୁ କରିଥିଲା।

English News – Dailyhunt

ଏହା ପରେ ଏହି ମାମଲା ସୁପ୍ରିମକୋର୍ଟଙ୍କ ପାଖରେ ଯାଇ ପହଞ୍ଚିଥିଲା । ଏବେ ଏହି ମାମଲାର ଶୁଣାଣି କରି ଅଭିଯୋଗ ଆଣିଥିବା ସଂଗଠନକୁ କଟୁକ୍ତି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଆପଣମାନଙ୍କର କ’ଣ ଆଉ କିଛି କାମ ନାହିଁ? କିଏ ଗୋଟେ ଫିଲ୍ମରେ ଗୀତ ଗାଇଲେ ତାକୁ ଦେଖି ବିରୋଧ ପ୍ରଦର୍ଶନ କରିବାକୁ ଚାଲି ଆସୁଛନ୍ତି ? ଏଥିସହ ଓରୁ ଅଦାର ଲଭ୍‌ର ଅଭିନେତ୍ରୀ,ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ସମ୍ବନ୍ଧିତ ଖବର