ସିଦ୍ଧାନ୍ତ ମହାପାତ୍ରଙ୍କର ସାନଭାଇ ଭୂମିକାରେ ଏହି ଦୁଇ ନାୟକ

ଭୁବନେଶ୍ୱର: ଓଲିଉଡର ମେଗାଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ତିନିଟି ସିନେମା ‘ଓଲେ ଓଲେ ଦିଲ୍‌ ବୋଲେ ’, ‘ବ୍ଲାକମେଲ୍‌ ’ ଏବଂ ‘ଦିଓ୍ଵାନା ହେଲି ତୋ‘ପାଇଁ’ ଏବେ ପାଇପ୍‌ ଲାଇନ୍‌ରେ ରହିଛି । ସବୁଥିରେ ଦମଦାର୍‌ ରୋଲ୍‌ରେ ଦର୍ଶକଙ୍କ ସାମ୍ନାକୁ ଆସିବେ ସିଦ୍ଧାନ୍ତ । ସେ ଦୁଇ ଜଣ ନାୟକଙ୍କ ବଡ଼ ଭାଇ ଭୂମିକାରେ ଆସୁଛନ୍ତି। ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ୍‌ ଦାସଙ୍କ ନିର୍ଦ୍ଦେଶିତ‘ଦିଓ୍ଵାନା ହେଲି ତୋ‘ପାଇଁ’ରେ ପୁଣି ଥରେ ବଡ଼ ଭାଇ ଭୂମିକାରେ ନଜର ଆସିବେ ସେ । ପୂର୍ବରୁ ତାଙ୍କୁ ଦର୍ଶକ କେତେକ ସିନେମାରେ ଅଭିନେତା ଅନୁଭବ,ଅରିନ୍ଦମ୍‌ ,ଆକାଶ,ବୁଦ୍ଧାଦିତ୍ୟ ଏବଂ ସମ୍ବିତ ପ୍ରମୁଖ ନାୟକଙ୍କର ବଡ଼ଭାଇ ଭୂମିକାରେ ଦେଖିଛନ୍ତି ବଡ଼ ପରଦାରେ ।

ହେଲେ ଏଥର ଜଣେ ନବାଗତ ନାୟକଙ୍କର ବଡ଼ଭାଇ ଭୂମିକାରେ ଦେଖିବାକୁ ମିଳିବ ସିଦ୍ଧାନ୍ତ ମହାପାତ୍ରଙ୍କୁ । ଏହି ନବାଗତ ଜଣକ ହେଲେ ମୁନ୍ନା । ପ୍ରକାରାନ୍ତରେ କହିବାକୁ ଗଲେ ସିଦ୍ଧାନ୍ତ ମହାପାତ୍ରଙ୍କର ସାନଭାଇ ଭୂମିକାରେ ଅଛନ୍ତି ମୁନ୍ନା ।ଏଠାରେ ସୂଚନାଯୋଗ୍ୟ ଯେ ଓଲିଉଡରେ ସିଦ୍ଧାନ୍ତଙ୍କୁ ଅଧିକାଂଶ ଲୋକ ମୁନ୍ନା ନାଆଁରେ ସମ୍ବୋଧନ କରିଥାନ୍ତି ଏବଂ ନିଜେ ଶ୍ରୀତମ ଦାସ ମୁଖ୍ୟ ଭୂମିକାରେ ଅଛନ୍ତି । ଏହାର ସଂଳାପ ଲେଖିଛନ୍ତି ରଣଜିତ୍‌ ପଟ୍ଟନାୟକ ଏବଂ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମଦାର୍‌ । ନିରଞ୍ଜନ ଦାଶ ଏହି ସିନେମାର ସିନେମାଟୋଗ୍ରାଫର୍‌ ।

ଠିକ୍‌ ସେହିପରି ନୂଆ ସିନେମା ‘ଓଲେ ଓଲେ ଦିଲ୍‌ ବୋଲେ ’ରେ ସିଦ୍ଧାନ୍ତ ଜଣାଶୁଣା ନାୟକ ଜ୍ୟୋତିଙ୍କର ବଡ଼ ଭାଇ ଭୂମିକାରେ ଅଭିନୟ କରୁଛନ୍ତି। ଉଭୟରେ ସିଦ୍ଧାନ୍ତଙ୍କର କମେଡି ସାଙ୍ଗକୁ ଆକସନ୍‌ ରୋଲ୍‌ ବି ରହିଛି।

ସମ୍ବନ୍ଧିତ ଖବର