କ୍ରିକେଟର ଜାହିର ଖାନ୍‌ ଏବଂ ସାଗରୀକା ଘାଟଗେଙ୍କ ହନିମୁନ୍‌ ଫଟୋ ଲିକ୍‌

କମେଣ୍ଟ ଦେଲେ ସାନିଆ ମୀର୍ଜା

ମୁମ୍ବାଇ: ଲୋକପ୍ରିୟ କ୍ରିକେଟର ଜାହିର ଖାନ୍‌ ଏବଂ ସାଗରୀକା ଘାଟଗେଙ୍କ ହନିମୁନ୍‌ ଫଟୋ ଲିକ୍‌ ହୋଇ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଦୁହେଁ ସଂପ୍ରତି ମାଲଦିଭସରେ ହନିମୁନ୍‌ ମନାଉଛନ୍ତି। ସେମାନେ ସେଠାରେ ଖୁବ୍‌ ମସ୍ତି କରୁଥିବା ଜଣାଯାଇଛି। ସେହି ଅବସରରେ ସାଗରୀକାଙ୍କର ହଟ୍‌ ଫଟୋ ଲିକ୍‌ ହୋଇଥିବା ଜଣାଯାଇଛି।

photo-sekho.in

ସେହି ଫଟୋକୁ ଦେଖି ପ୍ରତିକ୍ରିୟା ପ୍ରକାଶ କରି ଟେନିସ୍‌ ତାରକା ସାନିୟା ମୀର୍ଜା କମେଣ୍ଟ କରିଥିଲେ ‘ଲାଗୁଛି ସତେ ଯେମିତି ଏଦୁହେଁ କେବଳ ହନିମୁନ କରୁଛନ୍ତି ’ ଅବଶ୍ୟ ଜାହିର ତାଙ୍କର ଏବଂ ପତ୍ନୀ ସାଗରୀକାଙ୍କର ଫଟୋ ଅନେକ ସମୟରେ ସୋସିଆଲ ମିଡିଆରେ ସେଆର୍‌ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଜାହିର ଖାନ୍‌ ଏବଂ ସାଗରୀକା ଘାଟଗେ ବେଶ କିଛି ଦିନ ଲିଭ ଇନରେ ରହିବାପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଦୁହେଁ କୋର୍ଟ ମ୍ୟାରେଜ୍‌ କରିଛନ୍ତି।

ସମ୍ବନ୍ଧିତ ଖବର