ବଲିଉଡ୍‌ରେ ନିଜ କ୍ୟାରିୟର ଚଉପଟ ହେବାକୁ ନେଇ କ୍ୟାଟ୍ରିନାଙ୍କୁ ଦାୟୀ କରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ରେ ନିଜର ଏକ ଭିନ୍ନ ସ୍ଥାନ ତିଆରି କରିବା ଆଶାରେ ଅନେକ ଅଭିନେତ୍ରୀ ଆସିଥାନ୍ତି । କିନ୍ତୁ ସମସ୍ତଙ୍କର ସ୍ୱପ୍ନ ପୂରା ହୋଇ ପାରି ନଥାଏ । କିଛି କଳାକାରଙ୍କର ସ୍ୱପ୍ନ ପୂରା ହେବା ସହ ସେମାନେ ସଫଳତାର ଶୀର୍ଷରେ ପହଞ୍ଚିଥାନ୍ତି । କିନ୍ତୁ କିଛି କଳାକାରଙ୍କ ପାଇଁ ଏହା ସମ୍ଭବ ହୋଇ ନ ଥାଏ । ବଲିଉଡ୍‌ରେ ସେଭଳି ଜଣେ ଅସଫଳ ଅଭିନେତ୍ରୀ ଅଛନ୍ତି ଯିଏ ବହୁ ଉଦ୍ୟମ କରି ବି ନିଜର ସ୍ଥାନ ତିଆରି କରି ପାରି ନାହାନ୍ତି । ସେ ହେଉଛନ୍ତି ଜରିନ୍‌ ଖାନ୍‌ । ଜରିନ୍‌ଙ୍କୁ ସଲମାନ ପ୍ରଥମେ ଫିଲ୍ମ ବୀରରେ ସୁଯୋଗ ଦେବା ପରେ ସେ ବଲିଉଡ୍‌ରେ ପାଦ ରଖିଥିଲେ । କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହୋଇ ଯାଇଥିଲା । ଯାହା ପରେ ତାଙ୍କୁ କୌଣସି କାମ ମିଳି ନଥିଲା । କାମ ନ ମିଳିବାକୁ ନେଇ ଜରିନ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ଦାୟୀ କରିଛନ୍ତି ।

iDiva

ତାଙ୍କ କହିବା ଅନୁଯାୟୀ, ବଲିଉଡ୍‌ରେ ପାଦ ଦେବା ପରେ କ୍ୟାଟ୍‌ଙ୍କ ସହ ମୋର ତୁଳନା ହୋଇଥିଲା । ଯାହା ପାଇଁ ଲୋକେ ମୋର ଅଭିନୟ କଳାକୁ ଦେଖି ନଥିଲେ । ମୋର ପ୍ରତିଭାକୁ ନେଇ ଆଲୋଚନା ମଧ୍ୟ କରି ନଥିଲେ ବୋଲି କହିଛନ୍ତି ଜରିନ୍‌ ।

ସମ୍ବନ୍ଧିତ ଖବର