ରିଲିଜ୍‌ ହେଲା ଶାହାରୁଖଙ୍କ ଅପ୍‌କମିଂ ସିନେମା ‘ଜିରୋ’ର ଟିଜର୍‌

ମୁମ୍ବାଇ: ଯେଉଁଠି ଗୋଟିଏ ପଟେ ବକ୍ସ ଅଫିସରେ ମୁକ୍ତିଲାଭ କରିଛି ସଲମାନଙ୍କ ଫିଲ୍ମ ରେସ୍‌ – ଥ୍ରୀ, ଅନ୍ୟପକ୍ଷରେ ଶାହରୁଖ୍‌ ଖାନ୍‌ ବି ନିଜ ଫ୍ୟାନଙ୍କୁ ଦେଇଛନ୍ତି ଇଦ୍‌ ଉପହାର। କାରଣ ଶାହରୁଖ୍‌ ଭେଟି ଦେଇଛନ୍ତି ନିଜ ଅପକମିଂ ଫିଲ୍ମ ଜିରୋର ଆଉ ଏକ ଟିଜର୍‌। ଏହି ଟିଜରରେ ବଲିଉଡ୍‌ ବାଦଶାହଙ୍କ ସହ ନଜର ଆସିଛନ୍ତି ସୁଲତାନ୍‌।

ଫିଲ୍ମର ଟିଜରଟି ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ଆହୁରି ବଢାଇ ଦେଇଛି। କାରଣ ଟିଜରରେ ବାଦଶାହ ଖାନଙ୍କ ସହ ନଜର ଆସିଛନ୍ତି ବଲିଉଡ୍‌ ଭାଇଜାନ୍‌। ମାନେ ଫିଲ୍ମରେ ସ୍ଥାନ ପାଇବାକୁ ଥିବା ଏକ ଖାସ୍‌ ପ୍ରମୋସନାଲ୍‌ ଗୀତରେ ଶାହରୁଖଙ୍କ ସହ ନଜର ଆସିବେ ସଲମାନ୍‌ ଖାନ୍‌। ଯାହାକୁ ନେଇ ଏହି ଟିଜର୍‌ ଭେଟି ଦେଇଛନ୍ତି ମେକର୍‌।

ଭିଡିଓରେ ଦୁହିଁଙ୍କୁ ଜବରଦସ୍ତ ଡ୍ୟାନ୍‌ସ କରିବାର ଦେଖିବାକୁ ମିଳିଛି। ଆଉ ଦୁହିଁଙ୍କ ଭିତରେ ଥିବା ଦୋସ୍ତାନା ଖୁବ୍‌ ଝଲସିଛି ଏହି ଟିଜର୍‌ ଭିଡିଓରେ। ଆନନ୍ଦ ଏଲ୍‌ ରୟଙ୍କ ନିର୍ଦ୍ଦେଶନା ଓ ରେଡି ଚିଲି ଏଂଟରଟେନମେଂଟ୍‌ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ସିନେମାରେ ଅଭିନେତା ଶାହରୁଖ୍‌ ଖାନଙ୍କୁ ଜଣେ ବାମନ ଭାବେ ନଜର ଆସିବେ। ଫିଲ୍ମ ମେକର୍‌ ଏହି ଟିଜର୍‌ ଭେଟି ଦେବା ସହ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା କରିଛନ୍ତି ଯାହା ଚଳିତ ବର୍ଷ ୨୧ ଡିସେମ୍ବରରେ ମୁକ୍ତିଲାଭ କରିବ। ଫିଲ୍ମରେ ଶାହରୁଖଙ୍କ ସହ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର