‘ଜିରୋ’ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ନିଜ ବିବାହ ଯୋଜନା ବିଷୟରେ ଖୁଲାସା କଲେ କ୍ୟାଟ୍ରିନା

ମୁମ୍ବାଇ : ବଲିଉଡ୍‌ରେ ଏବେ ବିବାହର ଋତୁ ଚାଲିଛି । ଜଣେ ପରେ ଜଣେ କଳାକାର ନିଜ ନିଜର ଜୀବନସାଥୀ ସହ ସାରା ଜୀବନ ପାଇଁ ଯୋଡ଼ି ହେବା ଆରମ୍ଭ କରିଛନ୍ତି । ପ୍ରଥମେ ଦୀପ୍‌-ବୀର ପରେ ନିକ୍‌ୟାଙ୍କା ଏବଂ କପିଲ-ଗିନ୍ନୀଙ୍କ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜ ବିବାହ ଯୋଜନା ବିଷୟରେ ଜଣାଇଛନ୍ତି । ଫିଲ୍ମ ‘ଜିରୋ’ର ପ୍ରମୋସନ ସମୟରେ ତାଙ୍କୁ ତାଙ୍କ ବିବାହ ଯୋଜନା ସଂପର୍କରେ ପଚରାଯାଇଥିଲା ।

filmibeat.com

ପ୍ରଶ୍ନର ଉତ୍ତରରେ କାଟ୍ରିନା କହିଛନ୍ତି,”କିଛି ସମୟ ପୂର୍ବରୁ ବିବାହ କରିବା କଥା ମୋ ମୁଣ୍ଡରେ ରହିଥିଲା । ସେ ସମୟରେ ଘଟଣା ମୋ ଇଚ୍ଛା ଅନୁସାରେ ହୋଇ ପାରିଲା ନାହିଁ । ସେବେଠାରୁ ମୁଁ ସବୁ ଜିନିଷ ଭଗବାନଙ୍କ ଉପରେ ଛାଡ଼ି ଦେଇଛି । ଯାହା ହେବାର ଥିବ ହେବ । ଏବେ ସେ ସବୁ କଥାକୁ ନେଇ ମୁଁ ଚିନ୍ତିତ ହେଉ ନାହିଁ । ଏବେ ଯାହା ଭଗବାନଙ୍କ ଇଚ୍ଛା ତାହା ହେବ।”

ସମ୍ବନ୍ଧିତ ଖବର