ରାହୁଲଙ୍କ ଫୋକସରେ ବି ଓଡ଼ିଶା: ବିଜୟ, ଦିଲ୍ଲିପ, ବୈଜୟନ୍ତଙ୍କ ଉପରେ କଂଗ୍ରେସର ନଜର

ବିେଜଡି-ବିେଜପିର ମୁକାବିଲା ପାଇଁ ନୂଆଦିଲ୍ଲୀରେ କସରତ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ପଟ୍ଟ ପରିବର୍ତନର ଆଭାସ ମିଳିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଗକୁ ବିେଜପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଆସିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥାତ୍ ବିେଜଡି ବିେରାଧୀ ଭୋଟରୁ ଏକ ବଡ଼ ଅଂଶ ଦଖଲ କରିବା ଲାଗି ବିେଜପିର ଶୀର୍ଷ େନତୃତ୍ବ ଓଡ଼ିଶାରେ କସରତ ଆରମ୍ଭ କରିଦେଇଛନ୍ତି। ହେଲେ ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ନବୀନ ବିେରାଧୀ େଭାଟ େଯପରି ବିେଜପି ହାତକୁ ନଯାଏ, ସେ େନଇ କଂଗ୍ରେସ ବି ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ନୂଆଦିଲ୍ଲୀରୁ ମିଳୁଥିବା ଖବରକୁ ବିଶ୍ବାସ କରାଗଲେ, ଓଡ଼ିଶା କଂଗ୍ରେସକୁ ଅଧିକ ସଶକ୍ତ କରିବା ସହିତ ଏଠାରେ କିଭଳି ବିେଜପିକୁ ମାତ୍ ଦିଆଯାଇପାରିବ, େସ େନଇ ଦଳର ଶୀର୍ଷସ୍ତରରେ ପ୍ରସ୍ତୁତି ଆରମ୍ଭ େହାଇଗଲାଣି। ନିକଟରେ ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ େକନ୍ଦ୍ରୀୟ େନତୃତ୍ବ ସହିତ ଆେଲାଚନା କରିବା ବେଳେ ଏ ସଂପର୍କରେ ବି ଚର୍ଚ୍ଚା େହାଇଥିବା କୁହାଯାଉଛି। େଗାଟିଏ ପଟେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍ ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲି ଉଭୟ କଂଗ୍ରେସ ଓ ବିେଜପିକୁ ଶାଣିତ ଆକ୍ରମଣ କରୁଛନ୍ତି। ଛତିଶଗଡ ଶୈଳୀରେ ଦଳ ଏଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛି। ଅନ୍ୟପଟରେ କଂଗ୍ରେସ ହାଇକମାଣ୍ଡ ସମାନ୍ତରାଳ ଭାେବ ଆଉ ଏକ ରଣକୌଶଳ ମଧ୍ୟ ଚଳାଇଛନ୍ତି। କେଉଁମାନଙ୍କୁ ଦଳରେ ନେଲେ ଉଭୟ ବିେଜଡି ଓ ବିେଜପିକୁ ମାତ ଦିଆଯାଇପାରିବ ସେ େନଇ ମାନସମନ୍ଥନ ଆରମ୍ଭ େହାଇଯାଇଛି। ଉଲ୍ଲେଖନୀୟ କଥା େହଲା, କେଂଗ୍ରସ ହାଇକମାଣ୍ଡଙ୍କ ତାଲିକାରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୀର୍ଷରେ ଅଛନ୍ତି। କେବଳ ସେତିକି ନୁହେଁ, ବିେଜଡି ସହିତ ବୁଝାମଣା ରକ୍ଷା କରିପାରୁନଥିବା କିଛି ବରିଷ୍ଠ େନତା, େଯଉଁମାନଙ୍କର କି ବିଭିନ୍ନ ନିର୍ବାଚନମଣ୍ଡଳୀର ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ରହିଛି, େସମାନଙ୍କୁ ମଧ୍ୟ ସାଙ୍ଗରେ େନବା ଲାଗି େଜାରଦାର କସରତ ଚାଲିଛି। ଏମାନଙ୍କ ମଧ୍ୟରୁ କିଛି େନତାଙ୍କ ସହିତ ଓଡ଼ିଶା କେଂଗ୍ରସର େନତାମାେନ ମଧ୍ୟ ସଂପର୍କରେ ଥିବା ସୂଚନା ମିଳିଛି। ବରିଷ୍ଠ େନତା ବିଜୟ ମହାପାତ୍ରଙ୍କ ସହିତ କେଂଗ୍ରସ ଶୀର୍ଷସ୍ତରର ଜଣେ େନତା ସଂପର୍କରେ ଅଛନ୍ତି। ରାଜ୍ୟ କଂଗ୍ରେସର ଶୀର୍ଷ େନତୃତ୍ବ ମଧ୍ୟ ଦୂରରେ ନାହାନ୍ତି େବାଲି ଶ୍ରୀ ମହାପାତ୍ର କହିଛନ୍ତି। ବରଂ ଏକଥା ସ୍ବୀକାର କରିଛନ୍ତି େଯ ତାଙ୍କ ସହିତ ବିଭିନ୍ନ ଦଳର େନତାମାନେ େଯାଗାେଯାଗରେ ଅଛନ୍ତି। ରାଜ୍ୟ ସ୍ବାର୍ଥ ସହିତ ଯିଏ ରହିବ, ତା ସହିତ ତାଙ୍କର ସଂପର୍କ େଯାଡିବାରେ ଅସୁବିଧା ନାହିଁ।

ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲ ଶ୍ରୀ ମହାପାତ୍ରଙ୍କୁ ନ୍ୟୁଜ ମେକର ଭାବେ ସାମ୍ନାକୁ ଆଣିଥିଲା। କଂଗ୍ରେସ ଶୀର୍ଷ େନତୃତ୍ବ ବିଶ୍ବାସ କରୁଛନ୍ତି େଯ ତାଙ୍କୁ ଆଗରେ ରଖି ଦଳ ଓଡ଼ିଶା କାର୍ଡ େଖଳିପାରିବ। ଉଭୟ ବିେଜଡି ଏବଂ ବିେଜପି ବିେରାଧରେ ଶ୍ରୀ ମହାପାତ୍ର ବଡ଼ େଗାଟି େହାଇପାରିବେ। ବିେଶଷକରି ଉପକୂଳ ଜିଲ୍ଲାରେ ପୁରୁଣା ଜନତା ଦଳ େନତାଙ୍କୁ ଏକାଠି କରି ବିେଜଡି େଭାଟ ବ୍ୟାଙ୍କକୁ ବିଭାଜନ କରିବା ଏବଂ ବିେଜପି ଶିବିରରେ ଦ୍ବନ୍ଦ୍ବ ବଢାଇବା ଦିଗରେ ଶ୍ରୀ ମହାପାତ୍ର କାର୍ଯ୍ୟ କରିପାରିବେ। ସେହିଭଳି ଦିଲ୍ଲିପ ରାୟ କଂଗ୍ରେସକୁ ଆସିଲେ, ସୁନ୍ଦରଗଡ ଆସନ ନିଶ୍ଚିତ େହବ ଓ ସାମଗ୍ରିକ ଭାବେ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ରଖିବ। ବୈଜୟନ୍ତ ପଣ୍ଡାଙ୍କର ଗୁରୁତ୍ବକୁ ମଧ୍ୟ ଅନୁରୂପ ଢଙ୍ଗରେ କଂଗ୍ରେସ େନତୃତ୍ବ ତଉଲୁଛନ୍ତି। ଏଠାରେ ଉଲ୍ଲେଖଥାଉକି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଗତ କିଛି ଦିନ ଧରି େଯଉଁ ଟ୍ବିଟ୍ ବର୍ଷା କରୁଛନ୍ତି, ତାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହେଲାଣି। ଉଭୟଙ୍କ ଟ୍ବିଟର ପୃଷ୍ଠାକୁ ନିେରଖି େଦଖୁଥିବା ରାଜନୈତିକ ମହଲ ମଧ୍ୟ ଅନୁମାନ କରୁଛନ୍ତି େଯ ଓଡ଼ିଶାରେ କଂଗ୍ରେସ ତାର ରଣକୌଶଳ ବଦଳାଇପାରେ। ନିକଟରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଥିବା ପରିପ୍ରେକ୍ଷୀରେ ଦଳ କିଛି େଠାସ୍ ପଦକ୍ଷେପ ନେବା ବିଚିତ୍ର ନୁହେଁ।

ଏହି ମହଲର କହିବା କଥା େହଉଛି, ବିେଜଡି ପ୍ରତି ବିେଜପିର ଆଭିମୁଖ୍ୟ ସୂଚାଉ େଦଉଛନ୍ତି ସେମାନେ ନବୀନଙ୍କ ଉପରେ ଆଖେଇଛନ୍ତି। ଏମିତି ସ୍ଥିତିରେ ବିେରାଧୀ େଭାଟ ବିେଜପିକୁ ଗଲେ ବି ଏହା େସମାନଙ୍କ ଲକ୍ଷ୍ୟ ବିଶେଷ ଭାବେ ପୂରଣ କରିନପାରେ। ଯଦି କଂଗ୍ରେସ ଆସ୍ଥା ସୃଷ୍ଟି କରିବ, ଦଳ ଛାଡୁଥିବା େନତାଙ୍କ ସଂଖ୍ୟା କମିବ ଓ ବଡ଼ ନେତାମାନେ ସାମିଲ ହେବା ଆରମ୍ଭ କରିବେ, ତେବେ ସାଧାରଣରେ ହାତ ପ୍ରତି ଭାବମୂର୍ତି ବଦଳିୁପାରେ। ବିଜେଡିରୁ ମୁହଁ େଫରାଇ ନେବା ପରେ ଶ୍ରୀ ପଣ୍ଡା ବିେଜପିରେ େଯାଗ ଦେଇପାରନ୍ତି େବାଲି ଗତ କିଛି ଦିନ ଧରି ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଜାରି ରହିଥିଲା। ହେଲେ ତାଙ୍କ ମନ୍ତବ୍ୟ ହିଁ ସୂଚାଉଛି େଯ ସେ ବିେଜପିର ଚାଲ୍ ବୁଝିପାରିଛନ୍ତି। େଖାଲାେଖାଲି ନିଜ ଟ୍ବିଟର ପୃଷ୍ଠାରେ ଏହାକୁ ସ୍ଥାନ ଦେଲେଣି। ଦର୍ଶାଇଛନ୍ତି, ଅତୀତରେ କଂଗ୍ରେସ େଯଉଁ ଭୁଲ କରିଥିଲା, ଏବେ ବିେଜପି େସହି ରାସ୍ତାରେ ଚାଲିଛି। ଆହୁରି ଆଗକୁ ଯାଇ ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମ ସାମ୍ନାରେ ବୈଜୟନ୍ତ କହିଛନ୍ତି, ଓଡିଶା ରାଜନୀତିରେ ବିଜୁ ପରିବାର ବା ବିଜେଡିରୁ ବାଦ ପଡିଥିବା ବିଜୁ ବାବୁଙ୍କ ଅନୁଗତମାନେ ଏକାଠି ହେଲେ ନବୀନ ପଟ୍ଟନାୟକଙ୍କ ବାଟକୁ ରୋକି ପାରିବେ। ବିଜେଡି ବାଟ ରୋକିବା ପାଇଁ ବିଜେପି ଉପରେ ତାଙ୍କର ଭରସା ନାହିଁ। ଅର୍ଥାତ୍ ବିଜେପିର କାର୍ଯ୍ୟଧାରା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର