ଏକ ତୃତୀୟାଂଶ ସାଂସଦ ବିଜେପି ଟିକଟରୁ ବଞ୍ଚିତ ହେବେ

ନୂଆଦିଲ୍ଲୀ : ଦଳ ବିରୋଧୀ କାର୍ଯ୍ୟକଳାପ ଏବଂ କେତେକ ବିଦ୍ରୋହୀ ନେତାଙ୍କ କାର୍ଯ୍ୟକୁ ଦେଖି ବି‌ଜେପି ଏଥର ନିର୍ବାଚନରେ ନୂଆ ରଣନୀତି ଆପଣାଇଛି। ବି‌ଜେପି ଏହାର ଏକ ତୃତୀୟାଂଶ ପ୍ରାର୍ଥୀଙ୍କୁ ଏଥର ବାଦ୍ ଦେବାକୁ ଯୋଜନା କରିଛି ଏବଂ ସେହି ଆଧାରରେ ରଣନୀତି କାର୍ଯ୍ୟକାରୀ ହୋଇଛି। ଏଯାବତ୍‌ ଦଳ ୨୦୧୪ ନିର୍ବାଚନରେ ବିଜୟ ହାସଲ କରିଥିବା ୭୧ ଜଣ ପ୍ରାର୍ଥୀଙ୍କୁ ବାଦ୍‌ ଦେଇ ସାରିଛି। ସେହିପରି ଅନେକ ଆସନରେ ସଂପୂର୍ଣ୍ଣ ନୂଆ ପ୍ରାର୍ଥୀ ଦେଇଛି। ବିଜେପି ୪୦୦ ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ଅନ୍ୟ ଆସନଗୁଡ଼ିକ ଏହା ସହଯୋଗୀ ଦଳଙ୍କୁ ଛାଡ଼ି ଦେଇଛି।

ସମ୍ବନ୍ଧିତ ଖବର