ଗରିବ ପରିବାରକୁ ବାର୍ଷିକ ୨ ଲକ୍ଷ ଟଙ୍କା: ଟିଡିପି 

ହାଇଦ୍ରାବାଦ:  ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି ଯେ, ଟିଡିପି କ୍ଷମତାକୁ ଫେରିଲେ ପ୍ରତି ଗରିବ ପରିବାରକୁ ବାର୍ଷିକ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ।  ଚନ୍ଦ୍ରବାବୁ ନାଇଡୁ ଟିଡିପିର ଇସ୍ତାହାର ଜାରି କରବା ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗରିବ ପରିବାରଗୁଡ଼ିକୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଦେବାକୁ ପୂର୍ବରୁ ଘୋଷଣା କରିଥିଲେ। ଚନ୍ଦ୍ରବାବୁ ନାଇଡୁ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୃଷକ ଯୋଜନା ଶୈଳୀରେ କୃଷକମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହାୟତା ଦିଆଯିବ। ଟିଡିପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ  ଵାଇ ଏସ୍‌ଆର୍‌ କଂଗ୍ରେସ ନିଜର ଘୋଷଣା ପତ୍ର ଜାରି କରିବାର କିଛି ସମୟ ପରେ ଟିଡିପି ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯାଇଛି।   ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଟିଡିପିର ଏହି ପ୍ରତିଶ୍ରୁତିକୁ ନେଇ ରାଜନୀତି ସରଗରମ ହେଉଛି।

ସମ୍ବନ୍ଧିତ ଖବର