ଦିଲ୍ଲୀରେ ଆପ୍‌-କଂଗ୍ରେସ ମେଣ୍ଟ ହେବ!

ନୂଆଦିଲ୍ଲୀ : ଦିଲ୍ଲୀରେ ଆପ୍‌-କଂଗ୍ରେସ ମେଣ୍ଟ ହେବାନେଇ ଯେଉଁ କଳ୍ପନା ଜଳ୍ପନା ଜାରି ରହିଛି ତାହା ଏକ ପ୍ରକାର ସୁନିଶ୍ଚିତ ହେବାଭଳି ଲାଗୁଛି। ଦିଲ୍ଲୀର ୭ ଲୋକସଭା ଆସନ ପାଇଁ କଂଗ୍ରେସ ଏବଂ ଆପ୍‌ (ଆମ୍‌ ଆଦମୀ ପାର୍ଟି) ପକ୍ଷରୁ ଆସନ ବୁଝାମଣା ନେଇ ଆଲୋଚନା ଆରମ୍ଭ ହୋଇଛି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଆପ୍‌ର ରାଜ୍ୟସଭା ସାଂସଦ ସଂଜୟ ସିଂହ ଦିଲ୍ଲୀର ଏଆଇସିସି ପ୍ରଭାରୀ ପିସି ଚାକୋଙ୍କୁ ସାକ୍ଷାତ କରିଲେ। ଉଭୟ ନେତା ଆପ୍‌ -କଂଗ୍ରେସ ଆସନ ଭାଗବଣ୍ଟା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ଉଭୟ ଦଳ ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀରେ ଶାସକ ଦଳ ଆପ୍‌ କଂଗ୍ରେସକୁ ୨ଟି ଆସନ ଦେବାପାଇଁ ପ୍ରସ୍ତାବ ଦେଇଛି କିନ୍ତୁ କଂଗ୍ରେସ ଦିଲ୍ଲୀରୁ ୩ଟି ଆସନ ଦାବି କରୁଛି।

ସମ୍ବନ୍ଧିତ ଖବର