ସରକାରୀ ଅର୍ଥରେ ହୋଇଥିବା ଯୋଜନାକୁ ନିର୍ବାଚନ ପ୍ରଚାରରେ ବେଆଇନ ଭାବେ ବ୍ୟବହାର କରୁଛି ବିଜେଡି: ବିଜେପି

ଭୁବନେଶ୍ୱର: ସରକାରୀ ଅର୍ଥରେ ହୋଇଥିବା ମିଶନ ଶକ୍ତିର ବିଜ୍ଞାପନକୁ ବିଜୁ ଜନତା ଦଳ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରୁଛି । ଏହା ଦ୍ୱାରା ସରକାର ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରୁଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଟାନ ଦାବିରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ, ମଧ୍ୟମ ଭୁବନେଶ୍ୱର ନିର୍ବାଚନ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ, ଯୁବ ମୋର୍ଚ୍ଚାର ଉପସଭାପତି ଶ୍ରୀ ଶିକନ୍ଦର ଅଲ୍ଲି, ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଜୟନ୍ତ ଜେନା ଏବଂ ଶ୍ରୀ ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର