ପରାଜୟ ଭୟରେ ରକ୍ତମୁଖା ପାଲଟିଛି ବିଜୁ ଜନତା ଦଳ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମ୍ବେଦନଶୀଳ ବୁଥର ତାଳିକା ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିଲା । ସେହି ବୁଥମାନଙ୍କରେ ଶାସକ ବିଜୁ ଜନତା ଦଳ ଦାଦାଗିରି ଦେଖିାଇ ସାଧାରଣ ଭୋଟରମାନଙ୍କୁ ଡରାଇ ଧମକାଇ ସଂପୂର୍ଣ୍ଣ ଭାବେ ଭୋଟ ପ୍ରକିୟାକୁ ପ୍ରଭାବିତ କରିବାର ଆଶଙ୍କା ରହିଥିବା କଥା ବିଜେପି ଆଗରୁ କହି ଆସିଥିଲା । ହେଲେ ମୁଖ୍ୟ ନିର୍ବାଚନ ଅଧିକାରି ସେହି ବୁଥମାନଙ୍କରେ କେନ୍ଦ୍ରୀୟ ସାମରିକ ବଳ ମୁତୟନ କଲେ ନାହିଁ । ଫଳରେ ଶାସକ ଦଳରେ ଗୁଣ୍ଡା ମାନେ ଆଜି ଅନେକ ବୁଥରେ ରିଗିଙ୍ଗି କରିବା ସହ ବିଜେପିର ପାର୍ଥୀମାନଙ୍କୁ ଆକ୍ରମଣ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ଚିକିଟିର ୪୭ ଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେରେ ସୁରକ୍ଷା ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କୌଣସି ପ୍ରକାରର ସିସିଟିଭି ବ୍ୟବସ୍ଥା କରିନଥିଲେ କି କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସକୁ ମଧ୍ୟ ମୁତୟନ କରିନଥିଲେ । ସେଠାରେ ଥିବା ୧୮ ଟି ବୁଥ୍‌ରେ ବିଜେପିର ଏଞ୍ଜେଟମାନଙ୍କୁ ଭିତରକୁ ଛଡାଗଲା ନାହିଁ କି ବସାଇ ଦିଆଗଲା ନାହିଁ । ଗୋଟିଏ ବୁଥ୍‌ରେ ୪୦ ଜଣ ଭୋଟରଙ୍କୁ ନେଇ ବିଜେଡି ସପକ୍ଷରେ ଜବରଦସ୍ତ ଭୋଟ ଦେବାକୁ ଇଭିଏମ ବଟମ ଦବାଇବାରେ ସଫଳ ହୋଇଥିଲେ । ବୁଥ୍‌ ନମ୍ବର ୯୬, ୯୭ରେ ବିଜେପିର ଭୋଟର ଏବଂ ଏଞ୍ଜେଟମାନଙ୍କୁ ଭୋଟିଙ୍ଗ ରୁମକୁ ଖାଲି କରାଯାଇ ବୁଥ୍‌କୁ ବିଜୁ ଜନତା ଦଳ ୨ଘଣ୍ଟା ପାଇଁ ଜବର ଦଖଲ କରାଯାଇଥିଲା । ଏହି ସମସ୍ତ ଘଟଣା ଉପରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନଙ୍କ ପାଖରେ ଫେରାଦ ହୋଇ ଜଣାଇବା ସହ ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଦଳ ଦାବି କରିଛି ।

ସମ୍ବନ୍ଧିତ ଖବର