କଂଗ୍ରେସର ‘ଚୌକିଦାର ଚୋର‌ ‌େହୖ’ ପ୍ରଚାର ଅଭିଯାନ ବନ୍ଦ

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସ କମିଟିର ‘‌ଚୌକିଦାର ଚୋର ହୈ’ ପ୍ରଚାର ଅଭିଯାକୁ ଆଜି ନିର୍ବାଚନ କମିସନ ବନ୍ଦ କରିଦେଇଛନ୍ତି। ମଧ୍ୟପ୍ରଦେଶ କଂଗ୍ରେସ କମିଟିର ଅଡିଓ ଏବଂ ଭିଡିଓ ନିର୍ବାଚନ ପ୍ରଚାର ଅଭିଯାନରେ ‘ଚୌକିଦାର ଚୋର ହୈ’ ବାକ୍ୟ ଥିବାରୁ ବିଜେପି ଏହାର ତୀବ୍ର ବିରୋଧ କରିଥିଲା। ତେଣୁ ନିର୍ବାଚନ କମିସନ୍‌ ଆଜି ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହାକୁ ତତ୍କାଳ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ମଧ୍ୟପ୍ରଦେଶର ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ କଂଗ୍ରେସର ଏହ‌ି ପ୍ରଚାର ଅଭିଯାନ ବନ୍ଦ କରାଯାଇଛି ବୋଲି ଇସି ମୁଖପାତ୍ର କହିଛନ୍ତି। ଅନ୍ୟପକ୍ଷେ ମଧ୍ୟପ୍ରଦେଶ କଂଗ୍ରେସ କମିଟି ମଧ୍ୟ ଇସିଙ୍କର ଏହି ନିଷ୍ପତ୍ତି ଉପରେ ପୁନଃ ସମୀକ୍ଷା‌ କରିବାପାଇଁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି। ବିଜେପି ଅଭିଯୋଗ କରିଛି ଯେ କଂଗ୍ରେସର ଏହି ପ୍ରଚାରରେ ‘ଚୌକିଦାର’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର ହୋଇଛି। ସେହିପରି ଏହି ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଆବେଦନର ଶୁଣାଣି କରୁଛନ୍ତି ।

ସମ୍ବନ୍ଧିତ ଖବର