କେନ୍ଦୁଝରର ତିନିଟି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ପିପିଲି, ଖୋର୍ଧା ଓ ଖଣ୍ଡପଡ଼ା ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ଶେ‌ଷ ମୁହୂର୍ତରେ କଂଗ୍ରେସ ଦଳ କେନ୍ଦୁଝର ଲୋକସଭା ସହିତ ୨ଟି ବିଧାନସଭା ଆସନରେ ୩ଜଣ ପ୍ରାର୍ଥୀଙ୍କୁ ବଦଳାଇଛି। ଏ ପଟେ ଆଉ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ। କଂଗ୍ରେସ ଦଳ କେନ୍ଦୁଝର ଲୋକସଭା ଆସନ ପାଇଁ ଫକୀର ମୋହନ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ତାଙ୍କ ସ୍ଥାନରେ ମୋହନ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରାଯାଇଛି। ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ମୋହନଙ୍କୁ ତେଲ୍‌କୋଇ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା। ତେବେ ତାଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସେହପରି ପାଟଣା ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ଶେଷ ମୁହୂର୍ତରେ ଗୋପେଶ୍ବର ନାୟକଙ୍କ ସ୍ଥାନରେ ବିନୋଦ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆଜି କଂଗ୍ରେସ ଦଳ ପିପିଲି ବିଧାନସଭା ଆସନ ପାଇଁ ଅଜିତ୍‌ ମଙ୍ଗରାଜ, ଖୋର୍ଧା ଆସନ ପାଇଁ ସ୍ବାଗତିକା ପଟ୍ଟନାୟକ ଓ ଖଣ୍ଡପଡ଼ା ଆସନ ନିମନ୍ତେ ବସନ୍ତ କୁମାର ମହାରଣାଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର