କଂଗ୍ରେସର ନୂଆ ସ୍ଲୋଗାନ୍‌ ‘ଅବ୍‌ ହୋଗା ନ୍ୟାୟ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ୧୧ ଏପ୍ରିଲ୍‌ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଆଜି କଂଗ୍ରେସ ତା’ର ନୂତନ ସ୍ଲୋଗାନ୍‌ ‘ଅବ୍‌ ହୋଗା ନ୍ୟାୟ’ର ପୋଷ୍ଟର୍‌ ଲଞ୍ଚ୍‌ କରିଛି। ଏହି ନୂତନ ସ୍ଲୋଗାନ୍‌କୁ କେନ୍ଦ୍ର କରି କଂଗ୍ରେସ ୨୦୧୯ ନିର୍ବାଚନ ଲଢ଼ିବ। କଂଗ୍ରେସର ଏହି ନ୍ୟାୟ’ର ଅର୍ଥ ହେଉଛି ଗରିବଙ୍କ ପାଇଁ ସବନିମ୍ନ ଆୟ ଯୋଜନା। ଗରିବ ଭୋଟର୍‌ଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ନିଜ ଇସ୍ତାହାରରେ ନ୍ୟାୟ ଯୋଜନା ସଂପର୍କରେ ଘୋଷଣା କରିଛି ଏବଂ ଏଥିରେ ଦେଶର ୨୦ ପ୍ରତିଶତ ଗରିବ ପରିବାରକୁ ପ୍ରତି ବର୍ଷ ୭୨ ହଜାର ଟଙ୍କା ସିଧାସଳଖ ସହାୟତା ମିଳିବ ବୋଲି କୁହାଯାଇଛି। କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଆନନ୍ଦ ଶର୍ମା କହିଛନ୍ତି ଯେ ଏଥର କଂଗ୍ରେସର ପ୍ରଚାର ଅଭିଯାନ ‘ନ୍ୟାୟ’ ଉପରେ ଚାଲିବ ଏବଂ ଏହା ଇତିହାସ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର