କଂଗ୍ରେସର ଦାବି ଶାହଙ୍କୁ ଅଯୋଗ୍ୟ ଘୋଷଣା କର

ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ

ନୂଆଦିଲ୍ଲୀ : ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ଘୋଷଣା କରିବାପାଇଁ କଂଗ୍ରେସ ଦାବି କରିଛି। ଶାହ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଇସିଙ୍କ ଦ୍ବାରସ୍ଥ ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଯେ ଶାହ ଦୁଇଟି ପ୍ରସଙ୍ଗରେ ପୁଣିଥରେ ମିଥ୍ୟା ସତ୍ୟପା‌ଠ ଦାଖଲ କରିଛନ୍ତି। ପ୍ରଥମଟି ହେଉଛି ଗାନ୍ଧୀନଗରରେ ଏକ ଜମି ପ୍ରସଙ୍ଗରେ ଶାହ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି ଏବଂ ଦ୍ବିତୀୟଟି ହେଲା ଏକ ବାଣିଜ୍ୟିକ ବ୍ୟାଙ୍କ୍‌ରୁ ତାଙ୍କ ପୁଅ ଋଣ ନେଇଛନ୍ତି ଏବଂ ଏଥିରେ ଶାହ ଗ୍ୟାରେଣ୍ଟର ରହିଛନ୍ତି । ଏଥିପାଇଁ ଶାହଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ କଂଗ୍ରେସ ଇସିଙ୍କ ଦ୍ବାରସ୍ଥ ହୋଇଛି।

ସମ୍ବନ୍ଧିତ ଖବର