ନିଆଁ ସହିତ ଖେଳନାହିଁ: ମେହବୁବା

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ କରିବା ଲାଗି ବିଜେପି ଆଜି ପ୍ରକାଶ କରିଥିବା ଏହାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିବା ପରେ ଏହା ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତିିଡିପି ସଭାପତି ମେହମୁବା ମୁଫତି। ଯଦି ଏହି ଧାରାକୁ ଉଚ୍ଛେଦ କରାଯାଏ ତାହେଲେ ଭାରତରୁ ମଧ୍ୟ ତୁମକୁ କଶ୍ମୀରକୁ ମୁକ୍ତ କରିବାକୁ ପଡ଼ିବ। ସେ କହିଛନ୍ତି, ଧାରା ୩୭୦ ଜମ୍ମୁ କଶ୍ମୀରକୁ ଭାରତ ସହିତ ଯୋଡ଼ି ରଖିଛି। ଏହା ସେତୁ ସଦୃଶ। ଯଦି ଏହି ସେତୁକୁ ଭାଙ୍ଗି ଦିଆଯାଏ ତାହେଲେ ଜମ୍ମୁ କଶ୍ମୀର ଉପରେ ଭାରତ ଏହାର ଆଇନଗତ ଅଧିକାର ହରାଇବ। ବିଜେପି ନିଆଁ ସହିତ ଖେଳିବା ବନ୍ଦ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର