ସପ୍ତମ ପର୍ଯ୍ୟାୟ ନିର୍ବାଚନ: ୧୭ଥର ପାଇଁ ମତଦାନ କରିବେ ୧୦୩ ବର୍ଷିଅ ଭୋଟର । ବାଜାବାଣ ସହ ସ୍ୱାଗତ କରିବ ପ୍ରଶାସନ

ଭୁବନେଶ୍ବର: ରାତିପାହିଲେ ଦେଶରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଅର୍ଥାତ୍ ସପ୍ତମ ପର୍ଯ୍ୟାୟ ମତଦାନ । ଭୋଟ୍ ଦେବେ ଶ୍ୟାମ ସରନ୍ ନେଗୀ । ଭୋଟ୍ ଦେବା ଆମ କର୍ତ୍ତବ୍ୟ । ଆସନ୍ତାକାଲି ଅନେକ ଭୋଟର ମଧ୍ୟ ଭୋଟ୍ ଦେବେ । ଏହା ଏକ ପ୍ରକ୍ରିୟା । ହେଲେ ଆମେ ଆଜି ଏହି ଖବର ଆପଣଙ୍କୁ ଏଥିପାଇଁ କହୁଛୁ, ଏହା ଆପଣଙ୍କ ପାଇଁ ଜାଣିବା ବି ଆବଶ୍ୟକ । ହୁଏତ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ କେତେ ଥର ସର୍ବାଧିକ ଥର ଜୀବନରେ କିଏ ମତଦାନ କରିଛି । ଏହି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ଶ୍ୟାମ ଶରନଙ୍କୁ ଜାଣିବାର ଆବଶ୍ୟକତା ରହିଛି ।

କାରଣ ସେ ହେଉଛନ୍ତି ବର୍ତମାନ ଦେଶର ସବୁଠାରୁ ବୟସ୍କ ଭୋଟର । ଏବେ ଶ୍ୟାମ ସରନଙ୍କ ବୟସ ୧୦୩ ବର୍ଷ । ଏହା ମଧ୍ୟରେ ସେ ମୋଟ୍ ୧୬ ଥର ମତଦାନ କରିସାରିଲେଣି । ଏହି ମତଦାନ ହିଁ ତାଙ୍କୁ ଚର୍ଚିତ କରିଛି । ହିମାଚଳ ପ୍ରଦେଶର ପାହାଡିଆ ଅଂଚଳର କିନ୍ନୋରରେ ବସବାସ କରନ୍ତି ସେ । ଏହି ଅଂଚଳ ଏବେ ତାଙ୍କୁ ନେଇ ଗର୍ବ କରୁଛି । କାରଣ ଶ୍ୟାମ ସରନ୍ ଏବେ ଦେଶର ସବୁଠାରୁ ବୟସ୍କ ଭୋଟର ଭାବେ ଜଣାଯାଉଛନ୍ତି, ଯିଏ କି ଦେଶର ପ୍ରଥମ ଥର ମତଦାନ ବେଳେ ନିଜର ଭୋଟ୍ ଦେଇଥିଲେ ।

ଆଉ ଦେଶର ୧୮ ତମ ନିର୍ବାଚନ ଭୋଟ୍ ବେଳେ ମତଦାନ କରିଥିଲେ । ରବିବାର ସେ ଜୀବନର ୧୭ ତମ ଥର ପାଇଁ ମତଦାନ କରିବେ । ଅର୍ଥାତ୍ ଏହା ମଧ୍ୟରେ ଦେଶରେ ଯେତେଥର ମତଦାନ ହୋଇଛି, ସବୁଥର ଶ୍ୟାମ ସରନ୍ ନେଗି ଭୋଟ୍ ଦେଇଛନ୍ତି । ଖାସ୍ ଏଇଥିପାଇଁ ପ୍ରଶାସନ ମଧ୍ୟ କରିଛି ଖାସ୍ ବ୍ୟବସ୍ଥା । ରେଡ୍ କାର୍ପେଟ୍ ପକାଇ, ବାଜାବାଣ ସହିତ ତାଙ୍କୁ ପୁଲିଂ ବୁଥକୁ ସ୍ୱାଗତ କରାଯିବ ବୋଲି ସୂଚନା ଦେଇଛି କିନ୍ନୌର ପ୍ରଶାସନ ।

ସମ୍ବନ୍ଧିତ ଖବର