କେନ୍ଦୁଝର ଜିଲ୍ଲାରେ ପ୍ରାର୍ଥୀଙ୍କ ସଂକେତ, ଗ୍ୟାସ୍‌ ସିଲିଣ୍ଡରରୁ ଆରମ୍ଭ କରି କ୍ରିକେଟ ବ୍ୟାଟ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନମଣ୍ତଳୀ ଓ କେନ୍ଦୁଝର ଲୋକସଭା ନିର୍ବାଚନମଣ୍ତଳୀରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ପ୍ରଦାନ କରାଯାଇଛି। କିଏ ଗ୍ୟାସ୍‌ ସିଲିଣ୍ଡର ଚିହ୍ନ ତ ଆଉ କିଏ କ୍ରିକେଟ୍‌ ବ୍ୟାଟ୍‌ ଚିହ୍ନ ନେଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି।ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଲୋକସଭା ନିର୍ବାଚନମଣ୍ତଳୀର ଦଳୀୟ ପ୍ରାର୍ଥୀ ଭାବେ ଅନନ୍ତ ନାଏକଙ୍କ ଚିହ୍ନ ପଦ୍ମ ହୋଇଥିବା ବେଳେ ମୋହନ ହେମ୍ବ୍ରମଙ୍କ ହାତ ଓ ଚନ୍ଦ୍ରାଣୀ ମୁର୍ମୁ ଶଙ୍ଖ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି। ଦୁର୍ଗାଚନ୍ଦ୍ର ପିଙ୍ଗୁଆ ଚିହ୍ନ ହାତୀ, ପ୍ରଫୁଲ୍ଲ ନାଏକ ସି˚ହ, ରମେଶ ଲାଗୁରୀ ଖଟ, ସୁଦର୍ଶନ ଲୋହାର ହୁଇସିଲ, ଲାଲମୋହନ ହା˚ସଦାଙ୍କୁ ହୀରା ଚିହ୍ନ ମିଳିଛି।ସେହିପରି ପାଟଣା ବିଧାନସଭା ନିର୍ବାଚନମଣ୍ତଳୀର ଜଗନ୍ନାଥ ନାଏକ ଶଙ୍ଖ ଚିହ୍ନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିନୋଦ ନାଏକ ହାତ, ଭାବାନୀ ଶଙ୍କର ନାଏକ ପଦ୍ମ, ଲୋକନାଥ ନାଏକ ହାତୀ, ପୀତାମ୍ବର ବିରୁଆ ଖଟ, ବେଣୁଧର ସର୍ଦ୍ଦାର ଗ୍ଲାସ, ହୃଷୀକେଶ ନାଏକ ପାଣିଟାଙ୍କି ଓ ଅଖିଳ ନାଏକ କରତ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି।

ଆନନ୍ଦପୁର ନିର୍ବାଚନମଣ୍ତଳୀର ଆଲୋକ ସେଠୀ ପଦ୍ମଫୁଲ, ଭାଗୀରଥି ସେଠୀ ଶଙ୍ଖ, ଜୟଦେବ ଜେନା ହାତ, ଅଖିଳେଶ ଜେନା ପାଣିଟାଙ୍କି, ନରେନ୍ଦ୍ର କୁମାର ଜେନା ସି˚ହ, ଅନାମ ମୁଖୀ କରତ, ଶାନ୍ତିଲତା କାରୁଆ ଖଟ ଓ ବାସୁଦେବ ଜେନାଙ୍କ ନିର୍ବାଚନୀ ଚିହ୍ନ ଟ୍ରକ ରହିଛି। ଘସିପୁରା ନିର୍ବାଚନମଣ୍ତଳୀର କ˚ଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ହାତ, ବଦ୍ରିନାରାୟଣ ପାତ୍ର ଶଙ୍ଖ, ପୃଥ୍ବୀରାଜ କୁଅଁର ପଦ୍ମ, କିଶୋର ପଲେଇ ପାଣିଟାଙ୍କି, ଜଗବନ୍ଧୁ ମହାନ୍ତ ବ୍ୟାଟ, ରବିନାରାୟଣ ହୋତା ସି˚ହ, ସୁକୁମାର ପୁହାଣଙ୍କ ଚିହ୍ନ ଖାଦ୍ୟ ପ୍ଲେଟ ରହିଛି। ତେଲକୋଇ ନିର୍ବାଚନମଣ୍ତଳୀର ବିଜେପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପଦ୍ମ, ପ୍ରଶାନ୍ତ ଦଳେଇ ହାତ, ପ୍ରେମାନନ୍ଦ ନାଏକ ଶଙ୍ଖ, ବିଦେଶୀ ଦେହୁରୀ ହାତୀ, ଅଜୟ କୁମାର ନାୟକ ସି˚ହ, ଟୁଟୁ ନାଏକ ଖଟ, ରବି ହା˚ସଦାଙ୍କ ଚିହ୍ନ ପାଣିଟାଙ୍କି ଥିବା ଜଣାପଡ଼ିଛି। ସଦର ନିର୍ବାଚନମଣ୍ତଳୀରେ ବିଦ୍ୟାଧର ଦେହୁରୀ ହାତ, ମାଧବ ସର୍ଦ୍ଦାର ଶଙ୍ଖ, ମୋହନ ହେମ୍ବ୍ରମ ପଦ୍ମ, ରାମପ୍ରସାଦ ହେମ୍ବ୍ରମ ହାତୀ, ଜୟସି˚ ମୁଣ୍ତା ଖଟ, ରଣଜିତ୍‌ ମୁଣ୍ତା ସି˚ହ, ଗଣେଶ ଚନ୍ଦ୍ର ମୁଣ୍ତା ବାଲଟି, ମନ୍ମୟ ବିଳାସ ଟିଓ ପାତ୍ର ଓ ସୁବର୍ଣ୍ଣ ନାଏକ ଗ୍ୟାସ ସିଲିଣ୍ତର ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଚମ୍ପୁଆ ନିର୍ବାଚନମଣ୍ତଳୀରେ ମିନାକ୍ଷୀ ମହାନ୍ତ ଶଙ୍ଖ, ମୁରଲୀ ଶର୍ମା ପଦ୍ମ, ଯଦୁମଣି ବାରିକ ହାତ, କୈଳାସ ଚନ୍ଦ୍ର ତନ୍ତୀ ହାତୀ, ଗଙ୍ଗା ମହାକୁଡ଼ ବ୍ୟାଟ, ଦୀନବନ୍ଧୁ କର ହୀରା, ପଞ୍ଚରତ୍ନ ମହାକୁଡ଼ ତିନି ତାରା ବିଶିଷ୍ଟ ପତାକା, ପୂର୍ଣ୍ଣଚନ୍ଦ୍ର ମହାନ୍ତ ହୁଇସିଲ, ରତିକାନ୍ତ ପରିଡ଼ା ସି˚ହ, ରାଜେନ ମୁଣ୍ତା ଖାଦ୍ୟ ପ୍ଲେଟ, ସୁଶୀଲ କୁମାର ମହାନ୍ତ ପାଣିଟାଙ୍କି, ଗୁରୁବକ୍ସ ସି˚ ଆଲୁଵାଲିଆ ବ୍ରିଫକେସ୍‌, ତ୍ରିଲୋଚନ ପଲେଇ ଫୁଟବଲ, ମହେନ୍ଦ୍ର ଗିରି କରତ, ଶ୍ରୀମନ୍ତ କୁମାର ତ୍ରିପାଠୀ ଆଲମିରା, ସଚଦେବା ବେହେରା ବ୍ୟାଟମ୍ୟାନ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି।

ସମ୍ବନ୍ଧିତ ଖବର