ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କ‌ଲେ ମଣି ଶଙ୍କର, ମୋଦୀଙ୍କୁ ‘ଭୀରୁ’ କହିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ନିଚ୍ଚ୍‌ ଆଦ୍‌ମୀ’ କହିବା ଯଥାର୍ଥ ଥିଲା ବୋଲି ଗତକାଲି ବୟାନ ଦେଇ ବିବାଦ ସୃଷ୍ଟି କରିଥିବା ବରିଷ୍ଠ କଂଗ୍ରେସ ନେତା ମନ୍ତ୍ରୀ ମଣି ଶଙ୍କର ଆୟାର ଆ‌ଜି ପୁଣିଥରେ ମୋଦୀଙ୍କୁ ଭୀରୁ କହିଛନ୍ତି। ତେବେ ୨୦୧୭ରେ ମୋଦୀଙ୍କ ବିରୋଧରେ ନୀଚ ଶବ୍ଦ ପ୍ରୟୋଗ କରିଥିବା ନେଇ ଆୟରଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଥିବାବେଳେ ଏବେ ସେ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। କିନ୍ତୁ ଆୟାରଙ୍କର ଏହି ନୀଚ ଶବ୍ଦ ପ୍ରସଙ୍ଗ‌ରେ ସାମ୍ବାଦିକମାନେ ତାଙ୍କୁ ଏକ ପ୍ରଶ୍ନ କରିଥିବାବେଳେ ଆୟାର ଏଥି‌ରେ ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ। ପଞ୍ଜାବ ଗେଷ୍ଟ ହାଉସ୍‌ରେ ଆୟାରଙ୍କୁ ଭେଟିଥିବା ସାମ୍ବାଦିକମାନଙ୍କୁ ସେ ଦୁର୍ବବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସାମ୍ବାଦିକଙ୍କ ମାଇକ୍ରୋଫୋନ୍‌ ଠେଲି ଦେବା ସହ ତାଙ୍କୁ କୌଣସି ପ୍ରଶ୍ନ ନ କରିବାପାଇଁ ସେ ଧମକାଇଥିଲେ। ଆୟାର କହିଥି‌ଲେ ଭାରତରେ ଜଣେ ବ୍ୟକ୍ତି ନରେନ୍ଦ୍ର ମୋଦୀଙ୍କୁ କ’ଣ ସେମାନେ ଜାଣନ୍ତି ନାହିଁ। ଆୟାର ପୁଣିଥରେ କହିଥିଲେ ଯେ ମୋଦୀ ଜଣେ ଭୀରୁ ହୋଇଥିବାରୁ ସେ ଗଣମାଧ୍ୟମକୁ କିଛି କହିବେନି।

ସମ୍ବନ୍ଧିତ ଖବର