ଓଡିଶାରେ ନିର୍ବାଚନ: ଅବକାରୀ-ପୁଲିସର ଚଢାଉ, ୧୪୪୬୫୦.୫୮୮ ବଲ୍କ ଲିଟର ମଦ ଜବତ

ଭୁବନେଶ୍ୱର: ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ପରିଚାଳନ କରିବା ନିମନ୍ତେ ଶନିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩ ହଜାର ୯୬୫ ଗୋଟି ଜାମିନ ବିହୀନ ପରଓ୍ଵାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୨ ହଜାର ୭୬୫ ଜଣଙ୍କୁ ଅଟକ ରଖାଯାଇଛି । ୫ ହଜାର ୩୭୦ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୨୪୬ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୫୭.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ୍‌ ସହାୟତାରେ ପ୍ରାୟ ୧୪୪୬୫୦.୫୮୮ ବଲ୍କ ଲିଟର ମଦ ଜବତ କରାଯାଇଛି, ଯାହାର ଅନୁମାନିକ ମୂଲ୍ୟ ୩ କୋଟି ୭୮ ଲକ୍ଷ ୧୧ ହଜାର ୪୩୨ ଟଙ୍କା । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଆଜି ସୁଦ୍ଧ ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୬ ଲକ୍ଷ ୬୨ ହଜାର ୩୪୪ଟି ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥନରେ ବେଆଇନ୍‌ ଭାବେ ଲାଗିଥିବା ୩ ଲକ୍ଷ ୭ ହଜାର ୮୪୨ ହୋଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।

ସମ୍ବନ୍ଧିତ ଖବର