ବିଜେପି ପାଟନା ସାହିବରେ ଦିବାସ୍ବପ୍ନ ଦେଖୁଛି: ଶତ୍ରୁଘ୍ନ ସିହ୍ନା

ପାଟନା: ବିଜେପି ପାଟନା ସାହିବ ଆସନରେ ବିଜୟୀ ହେବାର ଦିବାସ୍ବପ୍ନ ଦେଖୁଛି। ଏହି ଆସନରେ ବିଜେପିର ସବୁ ଚାଲ୍‌ ବିଫଳ ହେବ ବୋଲି କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା କହିଛନ୍ତି। ବିଜେପିକୁ ଏଠାରେ ଲୋକେ ଉଚିତ ଶିକ୍ଷା ଦେବାକୁ ତୟାର ରହିଛନ୍ତି ବୋଲି ମତ ଦେଇ ଶତ୍ରୁଘ୍ନ କହିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ସ୍ଥିତିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମଧ୍ୟ ନିର୍ବାଚନ ଲଢ଼ିବାକୁ ପସନ୍ଦ କରିବେ। ସୂଚନାଯୋଗ୍ୟ ପାଟନାସାହିବ ଆସନରେ ଶତ୍ରୁଘ୍ନଙ୍କ ବିରୋଧରେ ପ୍ରାର୍ଥୀ ହୋଇଛି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ।

ସମ୍ବନ୍ଧିତ ଖବର