ୱାୟନାଡ଼ରେ ପ୍ରିୟଙ୍କାଙ୍କ ପ୍ରଚାର

ଥିରୁବନନ୍ତପୁରମ୍‌: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ତାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ୱାୟନାଡ଼ରେ ପ୍ରଚାର ଆରମ୍ଭ କରିଛନ୍ତି। ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ୨ଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ରାହୁଲ ୱାୟନାଡ଼ରେ ପ୍ରାର୍ଥିପତ୍ର ଦାଖଲ କରିବାପରେ ଆଜି ପ୍ରିୟଙ୍କା ପ୍ରଥର ଥର ପାଇଁ ୱାୟନାଡ଼ରେ ପ୍ରଚାର କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ‘ସଦ୍‌ଗୁଣର ପ୍ରତୀକ’ ବୋଲି ଦର୍ଶାଇ ପ୍ରିୟଙ୍କା କହିଥିଲେ ଯେ ରାହୁଲଙ୍କ ହାତରେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ଏକଛତ୍ରବାଦୀ ଏବଂ ସେ ସମାଲୋଚନାକୁ ସହ୍ୟ କରିପାରନ୍ତି ନାହିଁ ବୋଲି ପ୍ରିୟଙ୍କା କହିଥିଲେ। ରାହୁଲଙ୍କ ସମର୍ଥନରେ ଜଣେ ଭଉଣୀ ଭାବେ ସେ ଏଠାକୁ ପ୍ରଚାର ପାଇଁ ଆସିଛନ୍ତି ବୋଲି କହିଥିଲେ। । ଗତ ୧୦ ବର୍ଷ ହେବ ରାହୁଲ କଠିନ ପରିଶ୍ରମ କରୁଛନ୍ତି। କିନ୍ତୁ ତାଙ୍କୁ ବାରମ୍ବାର ବ୍ୟକ୍ତିଗତ ସ୍ତରରେ ଟାର୍ଗେଟ୍‌ କରାଯାଉଛି। ଗାନ୍ଧୀ ପରିବାରକୁ ବହୁତ କଷ୍ଟ ସହିବାକୁ ପଡ଼ିଲାଣି। କିନ୍ତୁ ରାହୁଲଙ୍କର କାହା ପ୍ରତି ଘୃଣା ଭାବ ନାହିଁ ବୋଲି ପ୍ରିୟଙ୍କା କହିଥିଲେ। ୨୦୧୪ ଲୋକସଭା ନିର୍ବାଚନ ଜିତିବା ପାଇଁ ବିଜେପି ମିଛ ପ୍ରତିଶ୍ରୁତି ଦେଇଥିଲା ଏବଂ ଏବେ ଏହାର ଜବାବ ଦେବାର ସମୟ ଆସିଯାଇଛି ବୋଲି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର