ନୂଆଦିଲ୍ଲୀ: ଅଭିନେତାରୁ ନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସିହ୍ନା ଆନୁଷ୍ଠାନିକ ଭାବେ ସାମିଲ ହୋଇଥିବା ବେଳେ ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ବିହାରର ପାଟନା ସାହିବ ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ସେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବିରୋଧରେ ପ୍ରାର୍ଥୀହେବେ। କଂଗ୍ରେସରେ ଯୋଗଦେବା ଅବସରରେ ସିହ୍ନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ଏବେ ଜଣେ ଲୋକ ଅଧୀନରେ ଚାଲିଛି ଏବଂ ଦୁଇ ଜଣିଆ ସେନା ଏହାକୁ ଚଳାଇଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସିହ୍ନା ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ବିଜେପିର ସ୍ଥାପନା ଦିବସରେ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିବାରୁ ଏହା ତାଙ୍କୁ ଦୁଃଖ ଦେଇଛି ବୋଲି ସେ କହିଛନ୍ତି। ମୋଦୀଙ୍କ କ୍ୟାବିନେଟ୍ରେ ତାଙ୍କୁ ମନ୍ତ୍ରୀ କରାଯାଇ ନଥିବାରୁ ସେ ଦଳ ବିରୋଧରେ ବିଷୋଦଗାର ଚଳାଇଥିଲେ ବୋଲି ଯାହା କୁହାଯାଉଛି ତାହା ଆଦୌ ଠିକ୍ ନୁହେଁ ବୋଲି ମତଦେଇ ସିହ୍ନା କହିଛନ୍ତି ଯେ ମନ୍ତ୍ରୀ ହୋଇପାରି ନଥିବାରୁ ମୋର କୌଣସି ଅବସୋସ୍ ନାହିଁ ।
କଂଗ୍ରେସରେ ସାମିଲ ହେଲେ ଶତ୍ରୁଘ୍ନ
ମିଳିଲା ପାଟନା ସାହିବ ଆସନ
/sambad/media/post_attachments/wp-content/uploads/2019/04/Untitled-16-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)