କଂଗ୍ରେସର ଚିନ୍ତା ବଢ଼ାଇଲେ ଶତ୍ରୁଘ୍ନ ସିହ୍ନା, ପତ୍ନୀ ତଥା ସପା ପ୍ରାର୍ଥୀଙ୍କ ରୋଡ୍‌ସୋରେ ସାମିଲ

ଲକ୍ଷ୍ନୌ: ଅଭିନେତାରୁ ରାଜନେତା ବନିଥିବା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସର ମୁଣ୍ଡ ବିନ୍ଧା ବଢ଼ାଇଛନ୍ତି। ପତ୍ନୀ ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ପୁନମ ସିହ୍ନା ଲକ୍ଷ୍ନୌ ସଂସଦୀୟ ଆସନରେ ପ୍ରାର୍ଥିପତ୍ର ଦାଖଲ କରିବା ଅବସରରେ ଆଜି ଶତ୍ରୁଘ୍ନ ରୋଡସୋରେ ସାମିଲ ହୋଇ ସପା ପାଇଁ ପ୍ରଚାର କରିଥିଲେ। ଏହାକୁ ସ୍ଥାନୀ କଂଗ୍ରେସ ପ୍ରାର୍ଥୀ ଏବଂ ଦଳର ବରିଷ୍ଠ ନେତାମାନେ ବିରୋଧ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ‌ ପୁନମ ଏହି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୁନମ ସିହ୍ନା ଆଜି ଏକ ରୋଡ୍‌ସୋ କରିଥିଲେ। ଲ‌କ୍ଷ୍ନୌ ପାର୍ଟି ଅଫିସ୍‌ରୁ ପୁନମଙ୍କ ରୋଡ୍‌‌ସୋ ଆରମ୍ଭ ହୋଇଥିଲା। ଅଖିଳେଶ ଯାଦବଙ୍କ ‘କାମ୍‌ ବୋଲ୍‌ତା ‌ହୈ ରଥ’ରେ ପୁନମ ରୋଡ୍‌ ସୋ କରିଥିଲେ। ଶତ୍ରୁଘ୍ନ ଆଜି ୟୁପି ମହାମେଣ୍ଟକୁ ଖୁବ୍‌ ପ୍ରଶଂସା କରିବା ସହ ପତ୍ନୀଙ୍କ ନିମନ୍ତେ ପ୍ରଚାର କରିବା ତାଙ୍କର ଧର୍ମ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର